ଜଳୁଛି ଓଡ଼ିଶା : ଭୁବନେଶ୍ୱରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ପ୍ରବଳ ଖରା ସହିତ ଭୀଷଣ ଗରମ ଅନୁଭୂତ ହେଉଛି। ତାପମାତ୍ରା ଆହୁରି ୪ ଦିନ ଏମିତି ଜାରି ରହିବ। ଲୋକଙ୍କୁ କଲବଲ କରିବ। ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ସର୍ବୋଚ୍ଚ ଦିନର ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରି, ରାଉରକେଲାରେ ୪୨.୫ ଡିଗ୍ରି, ଚାନ୍ଦବାଲିରେ ୪୨.୪ ଡିଗ୍ରି, ସମ୍ବଲପୁରରେ ୪୨.୧ ଡିଗ୍ରି, ହୀରାକୁଦରେ ୪୧.୮ ଡିଗ୍ରି, ବାଲେଶ୍ୱରରେ ୪୧.୭ ଡିଗ୍ରି, କେନ୍ଦୁଝରରେ ୪୧.୫ ଡିଗ୍ରି, ଗୋପାଳପୁରରେ ୩୫.୪ ଡିଗ୍ରି, ପୁରୀରେ ୩୪.୭ ଡିଗ୍ରି ଓ ପାରାଦୀପରେ ୩୩.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହାପୂର୍ବରୁ ଭୁବନେଶ୍ୱର ଓ କଟକ ପାଇଁ ରେଡ୍ ଆଲର୍ଟ ଜାରି କରିଥିଲା। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି କହିଥିଲା। ଅସହ୍ୟ ତାତି ପାଇଁ ଉତ୍ତର ଓଡ଼ିଶା, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ଅନୁଗୁଳ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ସୋନପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, ଦେବଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହା ସହ କୋରାପୁଟ ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Share Now:

Kalinga News Beuro

Next Post

ରହସ୍ୟ ଘେରରେ ଶିଶୁପାଳଗଡ଼ ସୀମା ନିର୍ଦ୍ଧାରଣ : ୨ ବର୍ଷ ପରେ ବି କାର୍ଯ୍ୟକାରୀ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ

Sat Apr 27 , 2024
ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଲା ଏଏସ୍‌ଆଇ ଭୁବନେଶ୍ୱର : ପୁରାତନ ଐତିହ୍ୟ ତଥା ଏକଦା ‘ଜଳଦୁର୍ଗ’ ନାମରେ ପରିଚିତ ଥିବା ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟ କାର୍ଯ୍ୟକାରୀ ହେଉନାହିଁ। ୬ମାସ ସମୟ ଦିଆ ଯାଇଥିଲା, ହେଲେ ୨୦୨୨ରୁ ୨୦୨୪ ମସିହା ଅଧା ହେବାକୁ ବସିଲାଣି, କେହି ସେ ବିଷୟରେ ଚିନ୍ତା କରୁଥିବାଭଳି ବି ମନେ ହେଉନାହିଁ। ଏମିତିକି ଗଡ଼ର ସୀମା ନିର୍ଧାରଣ ବି […]
ଶିଶୁପାଳଗଡ଼ ସୀମା ନିର୍ଦ୍ଧାରଣ ହେଉନାହିଁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial