ଆଇପିଏଏସ୍‌ ସ୍ତରରେ ଅଦଳବଦଳ : ବ୍ରିଜେଶ କୁମାର ରାୟ ହେଲେ ଅନୁଗୁଳ ରେଞ୍ଜ ଡିଆଇଜି

ଆଇପିଏଏସ୍‌

ଭୁବନେଶ୍ବର: ନୂଆବର୍ଷ-୨୦୨୩ ପୂର୍ବରୁ ଆଇପିଏସ୍‌ ସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ବ୍ରିଜେଶ କୁମାର ରାୟଙ୍କୁ ଅନୁଗୁଳ ରେଞ୍ଜ ଡିଆଇଜି ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ ପଦୋନ୍ନତି ପାଇ ଏସ୍‌ଏପି ଡିଆଇଜି ପଦବିରେ ଯୋଗଦେବେ। ରାଜ୍ୟ ସରକାର ମୋଟ ୧୧ ଜଣ ଏସ୍‌ପିଙ୍କୁ ବଦଳି କରିଛନ୍ତି। ଭଦ୍ରକ ଏସ୍‌ପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଥିଲା ‌‌ବେଳେ ବାଲେଶ୍ବର ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ବଦଳି ହୋଇଛି। ସେହିପରି ଯାଜପୁର ଏସ୍‌ପି ରାହୁଲ ପିଆରଙ୍କୁ ଜଗତସିଂହପୁର‌ରେ ନୂଆ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍‌ପି ଏଲ୍‌ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଛି।
ସେହିପରି ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼, କନ୍ଧମାଳ ଏସ୍‌ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ଭଦ୍ରକ, ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥଙ୍କୁ ବାଲେଶ୍ବର ବଦଳି ହୋଇଛି। ବାଲିଗୁଡ଼ା, ମାଲକାନଗିରି, କେସିଙ୍ଗା ଏସ୍‌ଡିପିଓ ପଦୋନ୍ନତି ହୋଇଛି। ବାଲିଗୁଡ଼ା ଏସ୍‌ଡିପିଓ ଗୁନ୍ଦଲା ରେଡ୍ଡୀଙ୍କୁ ନୂଆପଡ଼ା, ମାଲକାନଗିରି ଏସ୍‌ଡିପିଓ ଶୁଭେନ୍ଦୁ ପାତ୍ର ଓ କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକାରଙ୍କୁ ଯଥାକ୍ରମେ ନୂଆପଡ଼ା, କନ୍ଧମାଳ ଓ କୋରାପୁଟ ଏସ୍‌ପି ଭାବେ ନୂଆ ନିଯୁକ୍ତି ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ବଦଳି ହୋଇଛି।

Share Now:

Kalinga News Beuro

Next Post

ଡାକଘର ଜମା ଉପରେ ଅଧିକ ସୁଧ ମିଳିବ : ପିପିଏଫ ସୁଧହାର ଅପରିବର୍ତ୍ତିତ

Fri Dec 30 , 2022
ନୂଆଦିଲ୍ଲୀ : ଯେଉଁମାନେ ଡାକଘରେ ଟଙ୍କା ଜମା କରନ୍ତି ସେମାନଙ୍କୁ କେନ୍ଦ୍ର ସରକାର ନୂଆ ବର୍ଷ ଉପହାର ଦେଇଛନ୍ତି। ଡାକଘରେ ଟଙ୍କା ଜମା ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ହାର ମିଳିବ। ଜାତୀୟ ସଂଚୟ ସାର୍ଟିଫିକେଟ (ଏନଏସସି) ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ କ୍ଷୁଦ୍ର ସଞ୍ଚୟ ଜମା ଯୋଜନା ଉପରେ ମଧ୍ୟ ସରକାର ସୁଧ ହାର ବୃଦ୍ଧି କରିଛନ୍ତି। ଏହି ଯୋଜନାଗୁଡ଼ିକର ସୁଧ ହାର ବର୍ତ୍ତମାନ […]
ଡାକଘର ଜମା ଉପରେ ଅଧିକ ସୁଧ ମିଳିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial