ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ଘୋଷାଡ଼ି ନେଲା ଟ୍ରକ୍, ଉଡ଼ିଗଲା ଦମ୍ପତିଙ୍କ ପ୍ରାଣବାୟୁ

ରାଜଧାନୀରେ ଅଭାବନୀୟ ଘଟଣା

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ ବ୍ୟକ୍ତି ଜଣଙ୍କୁ ପଳାଶୁଣୀରୁ ସତ୍ୟବିହାର ଯାଏଁ ଘୋଷାଡ଼ି ନେଇଥିଲା। ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉଭୟେ ଦମ୍ପତି ବୋଲି ଜଣାଯାଇଛି। ଉକ୍ତ ଟ୍ରକଟି ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ଘର ସୋନପୁରରେ ବୋଲି ଜଣାଯାଇଛି।

Share Now:

Kalinga News Beuro

Next Post

ଜବରଦଖଲକାରୀଙ୍କ ଉପରେ ସରକାରଙ୍କ ଅହେତୁକ ଦରଦ

Wed May 8 , 2024
ଆର୍‌ଆଇ ଅଫିସ ପାଇଁ ୧୦୦ ଡିସିମିଲ ଜାଗା ଦେଇ ୧୫ ଏକର ଛାଡ଼ିଦେଲେ ଭୁବନେଶ୍ୱର: ସରକାରୀ ଜାଗା‌ରେ ତିଆରି ହୋଇଛି ୩ ମହଲା ଘର। କେଉଁଠି ପାଇଖାନା ଗାଧୁଆଘର ସହ ୩ ବଖରା ଘର ତ କେଉଁଠି ଏକ ବଖୁରିଆ ଆଜବେଷ୍ଟସ୍‌ ଘର। ଘର ଅନୁସାରେ ଧାର୍ଯ୍ୟହୋଇଛି ଭଡ଼ା। ପୁଣି ଆଉ କିଛି ଲୋକ ସେଠାରେ ସରକାରୀ ଜାଗାକୁ ‘କିଣି’ ନିଜ ପସନ୍ଦର ଘର ତିଆରି କରି ରହୁଛନ୍ତି। ଏଭଳି […]
ଜବରଦଖଲକାରୀଙ୍କ ଉପରେ ସରକାରଙ୍କ ଅହେତୁକ ଦରଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial