ମମିତା ମେହେର ହତ୍ୟା ମାମଲା : ପୁଲିସ ଆଗରେ ସତ ଓଗାଳିଲେ ଗୋବିନ୍ଦ ସାହୁ

ମମିତା ମେହେର ହତ୍ୟା ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ବଡ ଖୁଲାସା ହୋଇଛି। ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ଡ୍ରାଇଭର ହତ୍ୟାକାଣ୍ଡକୁ ନେଇ ପୁଲିସ ଆଗରେ ସବୁ ସତ ଓଗାଳିଥିବାର ସୂଚନା ମିଳିଛି। ଜେରାବେଳେ ପୁଲିସ ଆଗରେ ମମିତାଙ୍କୁ ହତ୍ୟା କରିଥିବାର ଗୋବିନ୍ଦ ସ୍ୱୀକାର କରିଛି ବୋଲି କୁହାଯାଉଛି। ସେମାନଙ୍କ ସୂଚନା ମୁତାବକ ମମିତାଙ୍କୁ ଅଧାରାସ୍ତାରୁ ଗୋବିନ୍ଦ ନିଜ କାରରେ ଆଣିଥିଲେ। ମମିତାଙ୍କୁ ହତ୍ୟା ପାଇଁ ପୂର୍ବରୁ ଷଡଯନ୍ତ୍ରର ସମସ୍ତ ଯୋଜନା କରିଥିବା ଗୋବିନ୍ଦ କହିଥିଲେ। ଷଡଯନ୍ତ୍ର କରି ମମିତାଙ୍କୁ ସେ ଡାକିଥିଲେ। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମମିତାଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଷଡଯନ୍ତ୍ର ହୋଇଥିଲା। ଷଡଯନ୍ତ୍ର କରି ମମିତାଙ୍କୁ ଘରୁ ଡକାଯାଇଥିଲା। ଭବାନୀପାଟଣାରୁ ଫେରିବା ସମୟରେ ରାସ୍ତାରେ ହତ୍ୟା କରାଯାଇଥିଲା। କାର ଭିତରେ ତାଙ୍କୁ ହତ୍ୟା କରାଯାଇଥିବାବେଳେ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତି ଥିବାର ଜଣାପଡିଛି।ହତ୍ୟା ପରେ ଏହାକୁ କେମିତି ଓ କେଉଁଠି ପୋତିବେ ସେନେଇ ସମସ୍ତ ଯୋଜନା ପୂର୍ବରୁ ଗୋବିନ୍ଦ କରିସାରିଥିଲେ। ଆଉ ୭ ତାରିଖରେ ଷ୍ଟାଡିୟମରେ ଗାତ ଖୋଳିବାକୁ କହିଥିଲେ ଗୋବିନ୍ଦ। ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲେ ଗୋବିନ୍ଦ। ତଳେ କାଠ ପ୍ଲାଏ ଓ ଉପରେ ଟାୟାର ରଖି ପୋଡାଯାଇଥିଲା। ମୃତଦେହକୁ ଶୀଘ୍ର ନଷ୍ଟ କରିବା ପାଇଁ ଯଥେଷ୍ଟ ପରିମାଣରେ ଲୁଣ ଦିଆଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି।

Share Now:

Kalinga News Beuro

Next Post

ହଷ୍ଟନ୍‌ ଘରୋଇ ଜେଟ୍‌ ବିମାନରେ ନିଆଁ : ଅଳ୍ପକେ ବର୍ତ୍ତିଗଲେ ୨୧ ଯାତ୍ରୀ

Wed Oct 20 , 2021
ହଷ୍ଟନ୍‌ : ମଙ୍ଗଳବାର ଦିନ ହଷ୍ଟନ୍‌ ବାହାରେ ଥିବା ଗୋଟାଏ ଛୋଟ ବିମାନ ବନ୍ଦରରୁ ଉଡ଼ାଣ ଉଦ୍ୟମ କରୁଥିବା ବେଳେ ଏକ ଘରୋଇ ଜେଟ୍‌ ବିମାନରେ ନିଆଁ ଲାଗିଯାଇଥିଲା। ସେଥିରେ ଥିବା ୨୧ଜଣ ବ୍ୟକ୍ତି ବିଶେଷ ଆହତ ନ ହୋଇ ଅଳ୍ପକେ ନିସ୍ତାର ପାଇଯାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଚଳାଚଳ ଅଧିକାରୀମାନେ କହିଛନ୍ତି। ସ୍ଥାନୀୟ ସମୟ ସକାଳ ୧୦ଟା ପରେ ପରେ ‘ହଷ୍ଟନ୍‌ ଏକ୍ଜିକ୍ୟୁଟିଭ୍‌ ଏୟାର୍‌ପୋର୍ଟ’ରୁ ଉଡ଼ାଣ ଆରମ୍ଭ […]
ଜେଟ୍‌ ବିମାନରେ ନିଆଁ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial