କରୋନାର ନୂଆ ଭାରିଆଣ୍ଟ : ସରକାର ଡାକିଲେ ଜରୁରୀ ବୈଠକ

କରୋନାର ନୂଆ ଭାରିଆଣ୍ଟ ପାଇଁ ସତର୍କ

ନୂଆଦିଲ୍ଲୀ : କରୋନା ଭୁତାଣୁର ଏକ ନୂଆ ଭାରିଆଣ୍ଟ ଆସିବା ପରେ ସାରା ବିଶ୍ୱରେ ପୁଣି ଥରେ ଚିନ୍ତା ପ୍ରକାଶ ପାଇଛି। ବ୍ରିଟେନ ଓ ୟୁରୋପର କେତେକ ଦେଶରେ ଏହି ଭାରିଆଣ୍ଟ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ସତର୍କ ହୋଇଉଠିଛନ୍ତି। କେନ୍ଦ୍ର ସରକାର ଦେଶରେ କରୋନା ସ୍ଥିତି ର ସମୀକ୍ଷା ପାଇଁ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ପ୍ରତିକ କୋଭିଡ୍-୧୯ ସ୍ଥିତି ଓ ପ୍ରସ୍ତୁତି ର ସମୀକ୍ଷା କରାଯାଇଥିଲା। ଏହି ଉଚ୍ଚସ୍ତରୀୟ ବୈଠକରେ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ୍, କ୍ୟାବିନେଟ୍ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖରେ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୟରେ ରାଜ୍ୟଗୁଡ଼ିକୁ ଟେଷ୍ଟିଂ, ଜିନୋମ ସିକ୍ୱେନ୍ସିଂ ବଢ଼ାଇବା ସହ କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଉପରେ ସତର୍କ ନଜର ରଖିବାକୁ କୁହାଯାଇଛି। ନିକଟରେ କରୋନାର ନୂଆ ଭାରିଏଣ୍ଟ ବିଏ.୨.୮୬ ଯୋଗୁଁ ଅନେକ ଦେଶରେ କରୋନା ମାମଲା ବୃଦ୍ଧି ପାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ୫୦ରୁ ଅଧିକ ଦେଶରେ ଇଜି.୫ (ଏରିସ୍) ଚିହ୍ନଟ ହୋଇଥିବା ବେଳେ ୪ଟି ଦେଶରେ ବିଏ.୨.୮୬ (ପିରୋଲା) ଭାରିଏଣ୍ଟର ମାମଲା ଚିହ୍ନଟ ହୋଇଛି।

Share Now:

Kalinga News Beuro

Next Post

ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟ : ସାରା ବିଶ୍ୱର ନଜର

Mon Aug 21 , 2023
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ୍ ଗସ୍ତରେ ଯିବେ। ଅଗଷ୍ଟ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ୧୫ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେବେ। ଅଗଷ୍ଟ ୨୨ ତାରିଖ ସକାଳେ ପ୍ରଧାନମନ୍ତ୍ରୀ ମୋଦି ଭାରତରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବେ। ସେ ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୫ଟା […]
ଜୋହାନ୍ସବର୍ଗରେ ହେବ ମୋଦୀ-ଜିନପିଙ୍ଗ୍ ଭେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial