ଭଦ୍ରକ ପୌରପାଳିକାର୧୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ ପୌରପାଳିକାର୧୨ଟି ୱାର୍ଡ କଣ୍ଟେନମେଣ୍ଟ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଭଦ୍ରକ ସହରରେ ସ୍ଥାନୀୟ ସଂକ୍ରମଣ ଯେପରି ବୃଦ୍ଧି ନ ପାଏ ତାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ପୌରପାଳିକାର ୩୦ରୁ ୧୨ଟି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ପୌରପାଳିକାର ଏହି ୧୨ଟି ୱାର୍ଡ ହେଲା ୩, ୬, ୭, ୯, ୧୩, ୧୪, ୧୫, ୧୬, ୧୭, ୧୮, ୨୨ ଓ ୨୮। ଏନେଇ ଗତକାଲି ବିଳମ୍ବିତ ରାତିରେ ନିର୍ଦ୍ଦେଶନାମା ଜାରି ହୋଇଛି। ସହରକୁ ନ ଆସିବା ଲାଗି ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାରୁ ଗତକାଲି ୧୦ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୫ ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି। ଆଜି ୧୦ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କୋଭିଡ୍ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହେଉଥିବା ୫ ଜଣ କରୋନା ପଜେଟିଭ୍ କେସ୍ ସହ ଅନ୍ୟ କେଉଁମାନେ କଣ୍ଟାକ୍ଟରେ ଆସିଥିଲେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆଜି ଆରମ୍ଭ କରାଯାଇଛି। ଏହି ୧୦ ଜଣଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି।

ଜିଲ୍ଲାରେ ମୋଟ ୧୬ ହଜାର ୨୭୦ ଜଣଙ୍କର ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ଆଜି ୧୨ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ମୋଟ ୩୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୧୪୮ ଜଣ ଆକ୍ଟିଭ୍ କେସ୍ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏବେ ଏତେ ସଂଖ୍ୟକ ରୋଗୀଙ୍କୁ କେଉଁଠି ରଖାଯାଇ ଚିକିତ୍ସିତ କରାଯିବ ତାହା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

Share Now:

Kalinga News Beuro

Next Post

ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ପକ୍ଷରୁ ‘ଲାଇଭ୍ ୱେବିନାର’

Mon Jul 27 , 2020
ନିଜକୁ ସୁରକ୍ଷିତ ରଖିବା, ନିଜ ଚାରିପଟେ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଏବଂ ସମାଜକୁ ଏହି ସୁରକ୍ଷା ବଳୟ ଭିତରକୁ ଆଣିବା ହିଁ ସ୍ୱେଚ୍ଛାସେବୀଙ୍କର କର୍ତ୍ତବ୍ୟ : ବାଗଚୀ ଭୁବନେଶ୍ୱର: ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ତରଫରୁ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ସହଯୋଗିତାରେ ‘ସାମାଜିକ ଦାୟିତ୍ୱ ଓ ସ୍ୱେଚ୍ଛାସେବୀ ସଂଗଠନ ଏବଂ ସମାଜ’ ଶୀର୍ଷକ ‘ଲାଇଭ୍ ୱେବିନାର’ ଆୟୋଜିତ ହୋଇଛି। ଅଧ୍ୟାପିକା ଡା.ନମିତା ପଟ୍ଟନାୟକଙ୍କ ସଂଯୋଜନାରେ […]
ମହର୍ଷି ମହାବିଦ୍ୟାଳୟର ରୋଭର-ରେଞ୍ଜର ଦଳ ପକ୍ଷରୁ ‘ଲାଇଭ୍ ୱେବିନାର’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial