କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ: ଦେଶର ବିଭିନ୍ନ ଡାକ୍ତରଖାନା ଉପରେ ସଶସ୍ତ୍ର ବାହିନୀ ପକ୍ଷରୁ ଫ୍ଲାଇ-ପାଷ୍ଟ୍ ଓ ପୁଷ୍ପବୃଷ୍ଟି

କରୋନା ଯୋଦ୍ଧାଙ୍କ ସମ୍ମାନରେ ଆକାଶରେ ଉଡ଼ିଲା ୩ ସେନାର ହେଲିକପ୍ଟର, ହେଲା ଫୁଲବର୍ଷା

ନୂଆଦିଲ୍ଲୀ: ଆଜି କରୋନା ଯୋଦ୍ଧାଙ୍କୁ ସଲାମ କରିଛି ସାରା ଭାରତ। କେତେକ ହେଲିକପ୍ଟର ମାଧ୍ୟମରେ ହସ୍ପିଟାଲଗୁଡିକ ଉପରେ ଫୁଲବର୍ଷା କରାଯାଇଥିବାର ଦୃଶ୍ୟ ‌ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଗତ ହେଉଥିବା ସୂଚନା ଅନୁସାରେ, ଆଜି ସକାଳ ୧୦ଟା ପରେ ୩ ସେନା ପକ୍ଷରୁ କରୋନା ଯୋଦ୍ଧା ଡାକ୍ତର, ନର୍ସ,ମେଡିକାଲ ଷ୍ଟାଫ୍, ସଫାଇ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ଅନ୍ୟ ଫ୍ରଂଟଲାଇନ ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜଣାଇ ଆକାଶ ମାର୍ଗରୁ ଫୁଲବର୍ଷା କରାଯାଇଛି। ଏହି ନିଆରା ଦୃଶ୍ୟ ଆଜି ଦେଶର ପ୍ରାୟ ସବୁ ପ୍ରାନ୍ତରେ ଦେଖିବାକୁ ମିଳିଛି। ପୁର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡେ ଆକଶ ମାର୍ଗରୁ ଫୁଲବର୍ଷା ବୋଲି ସୂଚନା ରହିଥିଲା। ଏଥିପାଇଁ ସେନା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ମଧ୍ୟ। ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଗତ ଶୁକ୍ରବାର ଏନେଇ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମର ଆରମ୍ଭ ଦିଲ୍ଲୀର ପୁଲିସ ମେମୋରିଆଲରୁ ଆରମ୍ଭ ହୋଇଯାଇଛି। ସେଠାରେ ଶ୍ରଦ୍ଧାଞ୍ଜଳୀ ଦିଆଯିବା ପରେ ବାୟୁସେନା ସାରା ଦେଶକୁ ଫ୍ଲାଇ ପାଷ୍ଟ କରିଛି। ଆକାଶମାର୍ଗରୁ ଫୁଲବର୍ଷା ହୋଇଛି। ନାଭି ହେଲିକପ୍ଟର କରୋନା ହସ୍ପିଟାଲ ବା କୋଭିଡ ହସ୍ପିଟାଲ ଉପରେ ଫୁଲ ବର୍ଷା କରିବ ବୋଲି ପୂର୍ବରୁ କୁହାଯାଇଥିଲା। ଭାରତୀୟ ବାୟୁସେନାର ଟ୍ରାନ୍ସପୋର୍ଟ ବିମାନ ଓ ଫାଇଟର ଜେଟ ଏହି ପ୍ଲାଇ ପାଷ୍ଟରେ ସାମିଲ ହୋଇଛନ୍ତି। ତା ସହ ଦେଶର ବିଭିନ୍ନ ଜିଲ୍ଲାର କୋଭିଡ ହସ୍ପିଟାଲରେ ମାଉଁଟେନ ବ୍ୟାଣ୍ଡ ପରର୍ଫମାନ୍ସ ଦିଆଯିବ। ଦିଲ୍ଲୀ, ମୁମ୍ବାଇ, ଜୟପୁର, ଅହମ୍ମଦାବାଦ, ଗୌହାଟୀ, ପାଟଣା, ଲ‌େକ୍ଷ୍ନୌରେ ଫାଇଟର ଜେଟ ପ୍ଲାଇପାଷ୍ଟ କରିଥିବା ସୂଚନା ରହିଛି। ସେହିପରି ଶ୍ରୀନଗର, ଚଣ୍ଡିଗଡ, ଦିଲ୍ଲୀ,ଜୟପୁର,ଭୋପାଳ,ମୁମ୍ବାଇ,ହାଇଦ୍ରାବାଦ,ବେଙ୍ଗାଲୁର, କୋଏମ୍ବାଟୁର, ଓ ଥିରୁଅନନ୍ତପୁରମରେ ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ ଫ୍ଲାଇପାଷ୍ଟ କରିଛି ବୋଲି ଜାଣିବାକୁ ମିଳିଛି। ଭାରତୀୟ ବାୟୁସେନାର ହେଲିକପ୍ଟର୍ ହରିୟାଣାର ପଞ୍ଚକୁଲା ସରକାରୀ ଡାକ୍ତରଖାନା ଉପରେ ଫ୍ଲାଇ-ପାଷ୍ଟ୍‌ କରିବା ବେଳେ ବାହାରେ ସେନା ବାଦ୍ୟ ବାଜଣ କରାଯାଇଥିଲା। ପଣଜୀରେ ଗୋଆ ମେଡିକାଲ୍ କଲେଜ ଉପରେ ନୌସେନାର ହେଲିକପ୍ଟର୍‌ ସବୁ ପୁଷ୍ପପାଖୁଡ଼ା ବୃଷ୍ଟି କରିଥିଲେ। ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିବାକୁ ନୂଆଦିଲ୍ଲୀର ରାଜପଥ ଉପରେ ଭାରତୀୟ ବାୟୁସେନାର ବିମାନ ଫ୍ଲାଇ-ପାଷ୍ଟ୍ କରିଥିଲା। ସେହିପରି କୋଭିଡ୍-୧୯ ସଂଗ୍ରାମ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇ ମୁମ୍ବାଇର ମେରାଇନ୍‌ ଡ୍ରାଇଭ୍‌ରେ ଭାରତୀୟ ବାୟୁସେନା ବିମାନ ଏସ୍‌ୟୁ-୩୦ ‌ଫ୍ଲାଇ-ପାଷ୍ଟ୍ କରିଥିଲା। ଚଣ୍ଡିଗଡ଼ରେ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମାନାର୍ଥେ ବାୟୁସେନାର ଗ୍ଲୋବ୍‌ମାଷ୍ଟର୍ ବିମାନ ସୁଖ୍‌ନା ଦ୍ରଦ ଉପରେ ଫ୍ଲାଇପାଷ୍ଟ୍ କରିଥିଲା। ଚଣ୍ଡିଗଡ଼ର ପିଜିଆଇଏମ୍‌ଆର୍ ହସ୍ପିଟାଲ୍‌ ଉପରେ ବାୟୁସେନାର ହେଲିକପ୍ଟର ପୁଷ୍ପ ପାଖୁଡ଼ା ବୃଷ୍ଟି କରିଥିଲା। ଅହମଦାବାଦ ଡାକ୍ତରଖାନାମାନଙ୍କ ଉପରେ ସେନାବାହିନୀର ହେଲିକପ୍ଟର୍ ସବୁ ପୁଷ୍ପ ପାଖୁଡ଼ା ବୃଷ୍ଟି କରିଥିଲେ।

ବଙ୍ଗୋପସାଗରରେ ଆଇଏନ୍ଏସ୍ ଜଳାଶ୍ୱ ‘ଥ୍ୟାଙ୍କ୍ ୟୁ’ ଲେଖି ଡାକ୍ତର, ନର୍ସ, ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଓ ପୁଲିସ କର୍ମଚାରୀଙ୍କୁ ଅଭିବାଦନ ଜଣାଇଛି।

Share Now:

Kalinga News Beuro

Leave a Reply

Next Post

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ:୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ

Sun May 3 , 2020
୭ ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତିକରିବ ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସମୂଦ୍ର ପତନ ଠାରୁ ଟ୍ରପୋସ୍ପିୟସ ମଧ୍ୟ ଭାଗ ପର୍ଯ୍ୟନ୍ତ ଲମ୍ବିଥିବା ସୂଚନା ଦେଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ଦିବାରାତ୍ର ତାରତମ୍ୟରେ ସୃଷ୍ଟି ହୋଇଛି ମେଘବଳୟର ପ୍ରଭାବ ଏବଂ ସମୁଦ୍ର ପତ୍ତନରୁ ଉଚ୍ଚତା ସହ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial