ବ୍ରିଟେନରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ : ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ ଜଣାଇଲା ଭାରତ

ଇଂଲଣ୍ଡରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ : ବ୍ରିଟେନର ଲିସେଷ୍ଟରଠାରେ ହୋଇଥିବା ହିନ୍ଦୁ ବିରୋଧୀ ହିଂସାକୁ ନେଇ ଭାରତ ସରକାର ବ୍ରିଟିଶ ସରକାରଙ୍କ ନିକଟରେ ଚିନ୍ତା ପ୍ରକଟ କରିଛନ୍ତି। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ବ୍ରିଟିଶ ବିଦେଶିକ ସଚିବ ଜେମ୍ସ କ୍ଲେଭରଲିଙ୍କୁ ଭେଟି ଲିସେଷ୍ଟରରେ ଥିବା ହିନ୍ଦୁ ସଂପ୍ରଦାୟ ଓ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତର ଚିନ୍ତାକୁ ଜଣାଇଦେଇଛନ୍ତି। ଏ ସମ୍ପର୍କରେ ଏକ ଟୁଇଟ କରି ଜୟଶଙ୍କର ଲେଖିଛନ୍ତି, ବ୍ରିଟେନରେ ଥିବା ଭାରତୀୟ ସଂପ୍ରଦାୟଙ୍କ ସୁରକ୍ଷା ସଂପର୍କିତ ଚିନ୍ତାକୁ କ୍ଲେଭରଲିଙ୍କୁ ଜଣାଇଦେଇଛି। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ଗତ ମାସରେ ହୋଇଥିବା ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ପରେ ବ୍ରିଟେନରେ ରହୁଥିବା ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ଲୋକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହି ବିବାଦ ହିଂସାର ରୂପ ନେଇଥିଲା। ଗତ ସପ୍ତାହରେ କିଛି ମୁସଲିମ ଗୋଷ୍ଠୀ ଲିସେଷ୍ଟର ଓ ଅନ୍ୟ କେତେକ ସ୍ଥାନରେ ଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହା ସହିତ ସେମାନେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରି ଭଙ୍ଗାରୁଜ୍ଜା କରିଥିଲେ। ଏହାର କିଛି ଦିନ ପରେ ବର୍ମିଙ୍ଗହାମରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ବି ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ବ୍ରିଟେନରେ ଥିବା ଭାରତୀୟ ହାଇ କମିଶନର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଘଟଣାକୁ ନିନ୍ଦା କରିଥିଲେ।

Share Now:

Kalinga News Beuro

Next Post

ଚୀନରେ ଭୂମିକମ୍ପର ୧୭ ଦିନ ପରେ ଆଶ୍ଚର୍ଯ୍ୟଜନକଭାବେ ଉଦ୍ଧାର ହେଲେ ଯୁବକ

Thu Sep 22 , 2022
ବେଜିଂ : ସେପ୍ଟେମ୍ବର ୫ରେ ଚୀନର ସିଚୁଆନରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୯୩ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ତେବେ ଏହି ଭୂମିକମ୍ପର ଧ୍ବଂସସ୍ତୁପରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି। ପ୍ରାୟ ୧୭ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିକୁ ଜଣେ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗେନ ୟୁ ନାମକ ଏହି ବ୍ୟକ୍ତି ସିଚୁଆନ ପ୍ରଦେଶରେ […]
ଚୀନ ଭୂମିକମ୍ପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial