କରୁଣାନିଧିଙ୍କ ଅବସ୍ଥା ଗୁରୁତର, ରାତି ସାଢ଼େ ୧ଟାରେ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ: ଡିଏମ୍‌କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଉଦ୍‌ବେଗଜନକ ରହିଛି। କାବେରୀ ହସ୍ପିଟାଲ୍‌ରେ ୮ ଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ଘରକୁ ଫେରିଥିଲେ। ଘରେ ତାଙ୍କୁ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ତେବେ ରାତି ୧୨ଟା ପରେ ହଠାତ କରୁଣାନିଧିଙ୍କ ରାକ୍ତ ଚାପରେ ଦୃତ ଅବନତି ଦେଖାଦେଇଥିଲା। ତାଙ୍କୁ ଘରେ ରହି ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେଉଥିବା କାବେରୀ ହସ୍‌ପିଟାଲର ଡାକ୍ତରମାନେ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥରେ ଦୃତ ଅବନତି ଦେଖାଦେଇଥିବାରୁ ତାଙ୍କୁ ତୁରନ୍ତ ହସ୍‌ପିଟାଲରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ପରେ ରାତି ପ୍ରାୟ ସାଢ଼େ ୧ଟା ବେଳେ କରୁଣାନିଧିଙ୍କୁ ପୁଣି ଥରେ କାବେରୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ୯୪ ବର୍ଷିୟ କରୁଣାନିଧି ବୟସାଧିକ୍ୟ ଯୋଗୁ ଅସୁସ୍ଥ ହୋଇପଡ଼ିଛନ୍ତି। ଏହା ସହ ମୂତ୍ର ସଂକ୍ରମଣ ଯୋଗୁ ସେ ଜ୍ୱରରେ ମଧ୍ୟ ପୀଡ଼ିତ ଅଛନ୍ତି। ଗତକାଲି ସାଂସଦ ତଥା କରୁଣାନିଧିଙ୍କ ଝି କାନିମୋଝି,ପୁଅ ଷ୍ଟାଲିନ ପ୍ରମୁଖ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି ବୋଲି କହିବାର କିଛି ସମୟ ପରେ କରୁଣାନିଧି ଅସସ୍ଥ ହୋଇପଡ଼ିଥିଲେ। ଏପରିକି ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କରୁଣାନିଧିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଣାନିଧିଙ୍କ ପରିବାର ସଦସ୍ୟଙ୍କ ସହିତ ସ୍ୱାସ୍ଥ୍ୟାବସ୍ଥା ନେଇ ଫୋନ୍‌ରେ କଥା ହୋଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ନରାଜକୁ ସିପିଡିଓ ସ୍ଥାନାନ୍ତର ପ୍ରସଙ୍ଗ, ବିପଦରେ ‘ପିକକ୍‌ ଭାଲି’

Sat Jul 28 , 2018
ମହାନଦୀ କୂଳରୁ କଟିବ ୨ ହଜାର ବୃକ୍ଷ, ବାସହରା ହେବେ ୧୨୮ ମୟୂର ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିବା ମୟୂରଙ୍କ ପ୍ରତି ଦେଖାଦେଇଛି ବିପଦ। ରାଜଧାନୀର କଳେବର ବୃଦ୍ଧି ଓ କୋଠାବାଡ଼ି ନିର୍ମାଣ ଯୋଗୁ ମୟୂରମାନେ ବାସସ୍ଥଳୀ ଛାଡ଼ି ପଳାଉଛନ୍ତି। ଆଉ ଯାହା ବି କିଛି ରହୁଛନ୍ତି ସେମାନେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିପାରୁ ନାହାନ୍ତି। ଘଙ୍ଗାପାଟଣାଠାରେ ଥିବା ଦେଉଳିଆପାଟଣା ପାହାଡ଼ରେ ଆଉ ଆଗଭଳି ମୟୂରଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial