ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗାମୀ ଭବାନୀ ଚରଣ ପଟ୍ଟନାୟକ ଆଉ ନାହାନ୍ତି। ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲରେ ଭବାନୀ ଚରଣ ପଟ୍ଟନାୟକଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ଶ୍ରୀ ପଟ୍ଟନାୟକ ଜଣେ ଆଗଧାଡ଼ିର ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସାଂସଦ ଭାବେ ୩ ଥର ରାଜ୍ୟସଭାକୁ ମନୋନୀତ ହୋଇଥିଲେ। ସେ ୧୯୬୧, ୧୯୬୬ ଓ ୧୯୭୮ରେ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ। ଶ୍ରୀ ପଟ୍ଟନାୟକ ଥିଲେ କଂଗ୍ରେସ ଦଳର ଜଣେ ପୁରୁଖା ନେତା। ସେ ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ସ୍ୱର୍ଗତ ଭବାନୀ ପଟ୍ଟନାୟକ ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଳକ ଅନ୍ତର୍ଗତ ଅନ୍ଧିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ରାଜ୍ୟ ଜଣେ ବର୍ଷୀୟାନ୍‌ ନେତାଙ୍କୁ ହରାଇବା ସହ କଂଗ୍ରେସ ଦଳ ଜଣେ ପୁରୁଖା ନେତାଙ୍କୁ ହରାଇଲା। ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ସବୁ ମହଲରୁ ଶୋକ ପ୍ରକାଶ ପାଇଥିବା ବେଳେ ଦଳମତ ନିର୍ବିଶେଷରେ ବହୁ ନେତା ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି।

Share Now:

Kalinga News Beuro

Leave a Reply

Next Post

ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ: ସ୍ୱତନ୍ତ୍ର ରିଲିଫ କମିସନ୍‌ର

Fri May 15 , 2020
ଭୁବନେଶ୍ୱର: ବାତ୍ୟା ମୁକାବିଲାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିସନ୍‌ର ପ୍ରଦୀପ ଜେନା ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତର ରୂପ ନେବ ବୋଲି ସୂଚନା ଦେବା ସହିତ ଆସନ୍ତାକାଲି ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। କେଉଁଠ ଲ୍ୟାଣ୍ଡ ଫଲ୍‌ କରିବ ତାହା ଜଣାପଡ଼ିନାହିଁ। ଏତଦ ଦ୍ୱାରା ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ବାତ୍ୟା ୧୭ ତାରିଖ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial