ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଉଡାଇଦେବାକୁ ଧମକ ଦେଲେ ଆତଙ୍କବାଦୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ବଠିଣ୍ଡାରେ ତ୍ରିରଙ୍ଗା ପତାକା ନ ଉଡ଼ାଇବାକୁ ଧମକ ମିଳିଛି। ତ୍ରିରଙ୍ଗା ପତାକା ଉଡ଼ାଇଲେ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି। ଶିଖ୍ ଫର ଜଷ୍ଟିସ ସଂଗଠନର ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଏହି ଧମକ ଦେଇଛି। ଆତଙ୍କବାଦୀ ପନ୍ନୁ ଧମକ ଦେଇ କହିଛି ଯେ ଯଦି ଜାନୁଆରୀ ୨୬ରେ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି, ତେବେ ତାଙ୍କ ଉପରେ ଆରପିଜି(ରକେଟ ଲଂଚର)ରେ ଆକ୍ରମଣ ହେବ। ଆତଙ୍କବାଦୀ ପନ୍ନୁ ବଠିଣ୍ଡା ସହରର ବିଭିନ୍ନ ଅଞ୍ଚଳରେ ଖାଲିସ୍ତାନ ଜିନ୍ଦାବାଦର ପୋଷ୍ଟର ଲଗାଇଥିବାବେଳେ ବର୍ତ୍ତମାନ ଏକ ଭିଡିଓ ରିଲିଜ୍ କରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଧମକ ଦେଇଛି। ଏକ ଭିଡିଓରେ ପନ୍ନୁ କହିଛନ୍ତି ଯେ ଯଦି ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ପତାକା ଉତ୍ତୋଳନ କରନ୍ତି, ତେବେ ତାଙ୍କ ଉପରେ ଆରପିଜି ଆକ୍ରମଣ ହେବ। ସେ କହିଛି ଯେ ଯେଉଁମାନେ ବଠିଣ୍ଡା ସହରରେ ଖାଲିସ୍ତାନ ସମର୍ଥନର ପୋଷ୍ଟର ଲଗାଇପାରୁଛନ୍ତି, ସେମାନେ ମଧ୍ୟ ଆରପିଜି କିପରି ବ୍ୟବହାର କରିବେ ଜାଣନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତ୍ରିରଙ୍ଗା ପତାକା ନ ଉଡାଇବା ଭଲ ହେବ। ଆତଙ୍କବାଦୀ ପନ୍ନୁ ହିନ୍ଦୁମାନଙ୍କୁ ଜାନୁଆରୀ ୨୬ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାରଣ କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁମାନେ ମଧ୍ୟ ଆସିବା ଉଚିତ୍ ନୁହେଁ, ନଚେତ୍ ସେମାନଙ୍କୁ ମଧ୍ୟ ଆକ୍ରମଣ କରାଯିବ।

Share Now:

Kalinga News Beuro

Next Post

ସାଧାରଣତନ୍ତ୍ର ଦିବସ ପରେଡରେ ଦେଶ ଦେଖିବ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ କମାଲ୍

Tue Jan 24 , 2023
ନୂଆଦିଲ୍ଲୀ: ୨୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ସାରା ବିଶ୍ୱ ଦେଖିବ ଓଡ଼ିଆ ନୃତ୍ୟଶିଳ୍ପୀଙ୍କ କମାଲ୍। ଦେଶର ନାରୀଶକ୍ତିଙ୍କ ଉଦ୍ଦେଶ୍ୟରେ ସମର୍ପିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ବନ୍ଦେ ଭାରତମ୍’ର କୋରିଓଗ୍ରାଫି (ନୃତ୍ୟ ସଂଯୋଜନା) କରିଥିବା ଦେଶର ୪ ଜଣ ବିଶିଷ୍ଟ ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଅଛନ୍ତି ଦୁଇ ଓଡ଼ିଆ-ନିବେଦିତା ମହାପାତ୍ର ଏବଂ କବିତା ଦ୍ୱିବେଦୀ। ଏହି ଦୁଇ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ପରିକଳ୍ପନା ଓ ନିର୍ଦ୍ଦେଶନାର ଝଲକ ଦେଖିବାକୁ ମିଳିବ ଜାନୁଆରି ୨୬ ତାରିଖ […]
ଦେଶ ଦେଖିବ ଓଡ଼ିଶୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial