କୃଷି ଆଇନ କାର୍ଯ୍ୟକାରିତା ସ୍ଥଗିତ ରଖ ନଚେତ୍‌ ଆମେ ତାହାକୁ ସ୍ଥଗିତ କରାଇବୁ: ସୁପ୍ରିମ୍‌ କୋର୍ଟ

ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାନ୍ତରେ କୃଷକମାନଙ୍କର ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ, ତିନୋଟି ବିବାଦୀୟ କୃଷି ଆଇନ ପ୍ରଣୟନ ବନ୍ଦ ରଖାଯାଉ। ଏ ସଂକ୍ରାନ୍ତରେ ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରିବା ସମୟରେ ଭାରତର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡ଼େ କହିଛନ୍ତି, କୁହନ୍ତୁ, ଆପଣ ଏହି ଆଇନ ସବୁକୁ ସ୍ଥଗିତ ରଖିବେ ନା, ଆମେ ସ୍ଥଗିତ କରାଇବୁ। ଏ କ୍ଷେତ୍ରରେ କେଉଁ ଆତ୍ମସମ୍ମାନର କଥା ରହିଛି? କେନ୍ଦ୍ର ସରକାର ଯେଉଁ ଭଳି ଭାବେ ପ୍ରତିବାଦକାରୀ କୃଷକମାନଙ୍କ ସହ ଆଲୋଚନା କରୁଛନ୍ତି ସେଥିରେ ସୁପ୍ରିମ୍‌ କୋର୍ଟ ନୈରାଶ୍ୟ ପ୍ରକାଶ କରିଛନ୍ତି। ମହାମାରୀ ମଧ୍ୟରେ ମାସେରୁ ଅଧିକ ସମୟ ହେବ ପ୍ରତିବାଦ ଚଳାଇଥିବା କୃଷକମାନଙ୍କ ଅବସ୍ଥା ଜାଣିବାକୁ ଦାବି କରି ପ୍ରଧାନ ବିଚାରପତି ବୋବ୍‌ଡ଼େ କହିଛନ୍ତି, କି, ବୁଝାମଣା ଚାଲିଛି ଆମେ ଜାଣୁନା? ବିଶେଷଜ୍ଞ କମିଟି ଗଠନ କରିବାକୁ ଆମେ ଚାହୁଁଛୁ। ଆମେ ଚାହୁଁ ସରକାର ତୁରନ୍ତ ଏହି ଆଇନଗୁଡ଼ିକୁ ସ୍ଥଗିତ ରଖନ୍ତୁ। ଯଦି କେନ୍ଦ୍ର ସରକାର ଏହି କୃଷି ଆଇନ ପ୍ରଣୟନ ସ୍ଥଗିତ ନ ରଖନ୍ତି ଆମେ ଏହା ଉପରେ ସ୍ଥଗିତାଦେଶ ଜାରି କରିବୁ। ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କିଛି ଅଘଟଣ ଘଟେ ସେଥିପାଇଁ ଆମ ଭିତରୁ ସମସ୍ତେ ଦାୟୀ ରହିବେ। ଆମ ହାତରେ ଆଘାତ କିମ୍ବା ରକ୍ତପାତ ଘଟୁ ବୋଲି ଆମେ ଚାହୁଁନାହୁ। ଏହାଛଡ଼ା ସୁପ୍ରିମ୍‌ କୋର୍ଟ ମଧ୍ୟ ପ୍ରସ୍ତାବ ଦେଇଛନ୍ତି ଯେ, ଏହି ଆଇନ ପ୍ରଣୟନ ସ୍ଥଗିତ କରାଯିବା ପରେ ମଧ୍ୟ ପ୍ରତିବାଦ ଚାଲିପାରେ। କିନ୍ତୁ, ପ୍ରତିବାଦ ସେହି ସ୍ଥାନରେ ଚାଲିବ ନା, ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରନ୍ତୁ।

Share Now:

Kalinga News Beuro

Next Post

ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ

Mon Jan 11 , 2021
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆର ରୋଡର ଆମସେନା ଗୁରୁକୁଳ ଆଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ରହ୍ମଚାରୀଙ୍କ ନାମ ସଙ୍ଗରକର କ୍ରାସାମ ଓ ତାଙ୍କ ଘର ଆସାମ କାରବୀ ଆଳମରେ ବୋଲି ଜଣାଯାଇଛି। Share Now:
ବିଦ୍ୟୁତ୍ ଆଘାତରେ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial