ପ୍ରବଳ ଖରାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ : ଆହୁରି ତିନିଦିନ ଯାଏ ସିଝିବ ଓଡିଶା

୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର

ଭୁବନେଶ୍ୱର: ବିଗତ କିଛି ଦିନ ହେଲା ଆକାଶରୁ ଅଗ୍ନିବର୍ଷା ହେଉଛି। ଡହଡ଼ହ ଖରାରେ ସାରା ଓଡ଼ିଶା ସିଝୁଛି। ସକାଳ ୮ଟାରୁ ଅପରାହ୍ନ ୩ଟା ଯାଏଁ ରାସ୍ତାଘାଟ ଖାଁଖାଁ ଲାଗୁଛି। ପ୍ରବଳ ଖରାରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷା ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ପାରା ୪୫.୪ ଡିଗ୍ରି ଛୁଇଁଛି। ଆହୁରି ତିନିଦିନ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ଘଣ୍ଟି ଶୁଣାଇ ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଆହୁରି ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାତିର ପ୍ରକୋପରେ ପୁରା ଓଡ଼ିଶା ସନ୍ତୁଳି ହେବ। ତିନିଦିନ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ବା ସିଭିୟର ହିଟ ୱେବ ରହିବାର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ ଝାରସୁଗୁଡା, ସୋନପୁର ଓ ବୌଦ୍ଧ ପାଇଁ ରେଡ ଆଲର୍ଟ ଜାରିକରଯାଇଛି।
ସେହିପରି ଜଗତସିଂହପୁର, ବରଗଡ଼, ସମ୍ବଲପୁର, ଦେଓଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ପାଇଁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି। ଏହାସହ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବାର ସମ୍ଭାବନା ଥିବା ବେଳେ ପୁରୀ ଓ କୋରାପୁଟ ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସହ ରେଡ ଆଲର୍ଟର ସତର୍କତା ଥିବା ବେଳେ ୩ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ସହ ସାମାନ୍ୟ ତାପମାତ୍ରାରେ ହ୍ରାସ ହେବାର ସମ୍ଭାବନା ରହିଛି। ପରେ ୫ରୁ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

Share Now:

Kalinga News Beuro

Next Post

ଭୁବନେଶ୍ୱର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ : ଆୟକର ବିଭାଗର ତଦନ୍ତ

Tue Apr 30 , 2024
ଭୁବନେଶ୍ୱର: ରାଜଧାନୀର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ ହୋଇଥିବାର ଖବର ମିଳିଛି। ୨ଜଣ ବ୍ୟକ୍ତିଙ୍କ ଲଗେଜରୁ ଜବତ ହୋଇଛି ଏହି ଟଙ୍କା। ଲଗେଜ ସ୍କାନି ବେଳେ ଧରା ପଡ଼ିଛି ଏହି ଟଙ୍କା। ଦୁଇ ଲୋକଙ୍କ ଭିତରୁ ଜଣେ ଦିଲ୍ଲୀ ଓ ଆଉଜଣେ ଚେନ୍ନାଇର ବ୍ୟକ୍ତି ହୋଇଥିବା ଜଣାପଡ଼ିଛି। ନିର୍ବାଚନ ସମୟରେ ଜବତ ହୋଇଥିବା ଏହି ଟଙ୍କ। ଜଣେ ପ୍ରତିଷ୍ଠିତ ବ୍ୟବସାୟଙ୍କର ବୋଲି ସୂଚନା ରହିଛି। ଟଙ୍କା ଜବତ ପରେ […]
ଭୁବନେଶ୍ବର ବିମାବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial