୨୪ ଘଣ୍ଟାରେ ଦେଶରେ ୭୬୧ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ : ୧୨ଜଣ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୬୧ ନୂଆ କୋଭିଡ୍‌ ମାମଲା ରିପୋର୍ଟ କରାଯାଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରେ ରିଲିଜ୍‌ ହୋଇଥିବା ତଥ୍ୟାବଳୀରୁ ଜଣାପଡ଼ିଛି। ଏହାଛଡ଼ା, ସମଗ୍ର ଦେଶରେ ୧୨ଜଣ କୋଭିଡ୍‌ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କଥା ମଧ୍ୟ ସେଥିରେ ଉଲ୍ଲେଖ କରାଯାଇଛି। ସେହିପରି, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୪କୁ ହ୍ରାସ ପାଇଛି। ଗୁରୁବାରଠାରୁ ଆଜିର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ କମ୍‌ ଅଛି। କିନ୍ତୁ, ୧୨ଜଣଙ୍କର ମୃତ୍ୟୁ ଘଟିବାରୁ ଦେଶରେ କୋଭିଡ୍‌ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫,୩୩,୩୮୫କୁ ବୃଦ୍ଧି ପାଇଛି। ଏଥିରୁ କେରଳରେ ୫ଜଣ, କର୍ଣ୍ଣାଟକରେ ୪ଜଣ, ମହାରାଷ୍ଟ୍ରରେ ୨ଜଣ ଓ ଉତ୍ତର ପ୍ରଦେଶରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୮୩୮ଜଣଙ୍କୁ ମିଶାଇ ଜାନୁଆରି ୫ ତାରିଖ ସୁଦ୍ଧା ସମୁଦାୟ ୪,୪୪,୭୮,୮୮୫ଜଣ ଭାରତୀୟ କୋଭିଡ୍‌-୧୯ରୁ ସୁସ୍ଥ ହୋଇଛନ୍ତି। ଏହାବ୍ୟତିରେକେ, ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୪,୫୦,୧୬,୬୦୪କୁ ବୃଦ୍ଧି ପାଇଛି। ସଂଗୃହୀତ ତଥ୍ୟରେ ଉଲ୍ଲେଖ ଅଛି ଯେ, କେରଳ ଓ କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୯କୁ ହ୍ରାସ ପାଇଥିବା ବେଳେ କର୍ଣ୍ଣାଟକରେ ୬୫ଟି ନୂଆ ମାମଲା ରିପୋର୍ଟ କରାଯିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪୦କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ରାଜସ୍ଥାନ, ଛତିଶଗଡ଼, ହରିୟାଣା ଓ ଆସାମରେ ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। କେରଳ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର, ତେଲେଙ୍ଗାନା, ପଞ୍ଜାବ, ଜମ୍ମୁ ଓ କଶ୍ମୀର, ଗୋଆ, ପୁଡ୍ଡୁଚେରୀ ଓ ଲଦାଖରେ କୋଭିଡ୍‌ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି।

Share Now:

Kalinga News Beuro

Next Post

ଉମରକୋଟରେ ସଫେଇ କର୍ମଚାରୀଙ୍କ ଅଭିନବ ପ୍ରତିବାଦ

Fri Jan 5 , 2024
ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ମାସିକ ଦରମାରେ ଅନିୟମିତତା, ଦରମାରୁ କଟୁଥିବା ଇପିଫଓର ପ୍ରମାଣ, ସେପ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇଦେବା ଦାବିରେ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି କର୍ମଚାରୀ। ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଅଫିସ୍ ଫାଟକ ଅମ୍ମୁଖରେ ଅଳିଆ ପକାଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମୀ।୪ ଦିନ ଧରି ଉମରକୋଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial