ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର କାର୍ଯ୍ୟାଳୟ ଆଗରେ ସଫେଇ କର୍ମଚାରୀମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ମାସିକ ଦରମାରେ ଅନିୟମିତତା, ଦରମାରୁ କଟୁଥିବା ଇପିଫଓର ପ୍ରମାଣ, ସେପ୍ଟି ବୁଟ୍ ଓ ଗ୍ଲୋବସ ଯୋଗାଇଦେବା ଦାବିରେ ୪ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି କର୍ମଚାରୀ। ସେମାନଙ୍କ ଦାବି ପୂରଣ ନହେବାରୁ ଆଜି ଅଫିସ୍ ଫାଟକ ଅମ୍ମୁଖରେ ଅଳିଆ ପକାଇ ଆନ୍ଦୋଳନ କରିଛନ୍ତି ସଫେଇ କର୍ମୀ।
୪ ଦିନ ଧରି ଉମରକୋଟ ସହରରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ସହରର ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଅଳିଆ ପଡ଼ିରହିଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ନୂଆ ପୁରୁଣା ମିଶି ମୋଟ ୮୪ଜଣ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି, କିନ୍ତୁ ପୌର ପରିଷଦରେ ୧୦୬ ଜଣଙ୍କ ନାମରେ ଦରମା କରାଯାଉଛି। ତାହାହେଲେ ବଳକା ୨୨ କର୍ମଚାରୀ କେଉଁମାନେ ବୋଲି ସଫେଇ କର୍ମଚାରୀ ପ୍ରଶ୍ନ କରିଛନ୍ତି।
Share Now: