ସତର୍କ ସୂଚନା : କଟକକୁ ରେଡ୍ ଓ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ

କଟକକୁ ରେଡ୍ ଓ ଭୁବନେଶ୍ବରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କଟକକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱର ସର୍ବାଧିକ ତାପମାତ୍ରା ୪୧.୪ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୪୧ ଡିଗ୍ରି , ଭୁବନେଶ୍ୱରରେ ୪୦.୪, ଝାରସୁଗୁଡ଼ାରେ ୩୯.୮, ହୀରାକୁଦରେ ଓ ରାଉରକେଲାରେ ୩୯ ଏବଂ ସମ୍ବଲପୁରରେ ୩୮.୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଣେ ଚାନ୍ଦବାଲିରେ ୩୮.୨ ଡିଗ୍ରି, ପୁରୀରେ ୩୩.୮, ଗୋପାଳପୁରରେ ୩୩.୨ ଓ ପାରାଦୀପରେ ୩୩ ଡିଗ୍ରି ତାପମାତ୍ରା ଥିବା ଜଣାଯାଇଛି।
ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଜାରି ରହିବ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି। ମେ ୨ ରୁ ୪ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରହିବ ସାମୁଦ୍ରିକ ଝଡ଼ର ପ୍ରଭାବ। ଯାହା ପ୍ରଭାବରେ ଉପକୂଳରେ ତାପମାତ୍ରା ୨ରୁ ୩ ଡିଗ୍ରି ଖସିବା ସହ ଆର୍ଦ୍ରତା ପ୍ରଭାବରେ ଲାଗି ରହିବ ଗୁଳୁଗୁଳି। ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ସାମୁଦ୍ରିକ ଝଡ଼ର ପ୍ରଭାବ ହେଲେ ବି ରାଜ୍ୟରେ ଉଷ୍ମ ଦିନ ଅନୁଭୂତ ହେବ। ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ।

Share Now:

Kalinga News Beuro

Next Post

ବ୍ଲକିଂ ବେଳେ ଥାନା ଅଧିକାରୀଙ୍କୁ ଚାପୁଡ଼ାମାରି ବନ୍ଧାହେଲେ ୩ ଯୁବକ : କାର୍‌ ଜବତ

Mon Apr 29 , 2024
ଭୁବନେଶ୍ୱର: ଡ୍ରଙ୍କେନ୍‌ ଡ୍ରାଇଭିଂ ଯାଞ୍ଚ କଲା ବେଳେ ଚାଳକ ମଦ ପିଇଥିବା ଜଣାପଡ଼ିଲା। ତେଣୁ ପୁଲିସ ଚାଳକ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବସିଲା। ଏତିକିରେ କାର୍‌ରେ ଥିବା ଅନ୍ୟ ୨ ଯୁବକ ଉତ୍‌କ୍ଷିପ୍ତ ହୋଇପଡ଼ିଲେ। ସେମାନେ କାର୍‌ରୁ ବାହାରି ଆସି ଯାଞ୍ଚ କରୁଥିବା ପୁଲିସ ଅଧିକାରୀଙ୍କୁ ଗାଳିମନ୍ଦ କଲେ। ଥାନା ଅଧିକାରୀ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କଲେ। କିନ୍ତୁ ମଦ ନିଶାରେ […]
ବ୍ଲକିଂ ବେଳେ ଥାନା ଅଧିକାରୀଙ୍କୁ ଶକ୍ତ ଚାପୁଡ଼ା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial