ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କୁଆପଥର ମାଡ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହି ୧୬ଟି ଜିଲ୍ଲାରେ କାଳବୈଶାଖୀ ଅାସିବା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଘରୁ ନ ବାହାରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଗୁରୁବାର ସତର୍କ ସୂଚନା ଜାରି କରିଛି। ଏହି ଜିଲ୍ଲାମାନଙ୍କ ମଧ୍ୟରେ କେଉଁଝର, ମୟୁରଭଞ୍ଜ,ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି,କନ୍ଧମାଳ ଓ ରାୟଗଡ଼ା ରହିଛି। ଅନ୍ୟପକ୍ଷରେ ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୪.୫ଡିଗ୍ରି ଥିବା ବେଳେ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ର ୨୧ଡିଗ୍ରି ରହିଛି। ଓଡ଼ିଶାର ଅନ୍ୟସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ପ୍ରକାଶ।

ତେବେ ଆଗମୀ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ଜାରି ରହିବାର ଆଶଙ୍କା ରହିଛି। ସେହିପରି୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନର ବେଗ ଅଧିକ ରହିବ ବୋଲି ବି ଅନୁମାନ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ବ୍ଲକ୍‌ ସ୍ତରରେ ଆୟୋଜନ ହେବ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ

Thu May 10 , 2018
ଭୁବନେଶ୍ୱର : ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ୫୦ତମ ପଞ୍ଚାୟତରେ ପହଞ୍ଚିଛି। ଆଜି କେନ୍ଦୁଝରର ମଇଦାନକେଲା ପଞ୍ଚାୟତରେ ୫୦ତମ ପଞ୍ଚାୟତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ‘ଆମ ଗାଁ ଆମ ବିକାଶ’ ଜରିଆରେ ରାଜ୍ୟର ୫୦ଟି ପଞ୍ଚାୟତର ଲୋକମାନଙ୍କ ପାଖରେ ପହଞ୍ଚିପାରିଥିବାରୁ ଏବଂ ସେମାନଙ୍କ ସହ ଗାଁ ବିକାଶ ସମ୍ପର୍କରେ ଆଲୋଚନା କରିପାରିଥିବାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial