ନଖରାରେ ବିଡିଏ କରିବ ୬୦୦ ଇଡବ୍ଲ୍ୟୁଏସ୍‌ ଘର

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନଖରାରେ ୬୦୦ଟି ଆର୍ଥିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍‌) ଲୋକଙ୍କ ପାଇଁ ଘର ନିର୍ମାଣ ହେବ। ୬ଏକର ଜମିରେ ପିପିପି ମୋଡରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ଆଜି ଆରଏଫ୍‌ପି ଆହ୍ଵାନ ହୋଇଛି। ସହରାଞ୍ଚଳରେ ସମସ୍ତଙ୍କୁ ଘର ଯୋଜାନରେ ଏହି ଘର ନିର୍ମାଣ କରାଯିବ ବୋଲି କୁହାଯାଇଛି। ଏହି ପ୍ରକଳ୍ପ ୬ଏକର ଜମିରେ ନିର୍ମାଣ ହେବାକୁ ଥିବାବେଳେ ୪ଏକର ଜମିରେ ୬୦୦ ଘର ନିର୍ମାଣ ହେବ। ବାକି ୨ ଏକର ଜମି ଘର ନିର୍ମାଣ କରିବାକୁ ଥିବା ସଂସ୍ଥାକୁ ଦିଆଯିବ। ଯାହା ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ। ଜି+୩ ମହଲାରେ ଏହି ଗୃହ ପ୍ରକଳ୍ପ ନିର୍ମାଣ ହେବ। ନିର୍ମାଣକାରୀ ସଂସ୍ଥାକୁ ଟେଣ୍ଡର ମିଳିବାର ଦୁଇ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ଶେଷ ହେବ। ଏଠାରେ ବାସିନ୍ଦାଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ସୁଯୋଗ ରହିବ।

Share Now:

Kalinga News Beuro

Leave a Reply

Next Post

ଆଜି ଶତାବ୍ଦୀର ବଡ଼ ଚନ୍ଦ୍ରଗ୍ରହଣ : ରାତି ୧୧ଟା ୫୪ରୁ ଆରମ୍ଭ ୩ଟା ୪୯ରେ ଶେଷ, ୨ଟା୫୪ରୁ ପାକତ୍ୟାଗ, ଦେବନୀତି ନିଷିଦ୍ଧ

Fri Jul 27 , 2018
ଭୁବନେଶ୍ୱର : ଆଜି ଦେଖାଯିବ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ। ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ। ରାତି ୧୧ଟା ୫୪ମିନିଟ ପରେ ଆର୍ଥାତ ଆସନ୍ତା ୨୮ତାରିଖ ରାତି ୩ଟା ୪୯ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ ମିନିଟ୍‌ ଧରି ଦେଖାଯିବ। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial