ଆଜି ଶତାବ୍ଦୀର ବଡ଼ ଚନ୍ଦ୍ରଗ୍ରହଣ : ରାତି ୧୧ଟା ୫୪ରୁ ଆରମ୍ଭ ୩ଟା ୪୯ରେ ଶେଷ, ୨ଟା୫୪ରୁ ପାକତ୍ୟାଗ, ଦେବନୀତି ନିଷିଦ୍ଧ

ଭୁବନେଶ୍ୱର : ଆଜି ଦେଖାଯିବ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ। ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ। ରାତି ୧୧ଟା ୫୪ମିନିଟ ପରେ ଆର୍ଥାତ ଆସନ୍ତା ୨୮ତାରିଖ ରାତି ୩ଟା ୪୯ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ ମିନିଟ୍‌ ଧରି ଦେଖାଯିବ। ଏହି ସମୟରେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିବ। ସୂର୍ଯ୍ୟଙ୍କ କିରଣ ପୃଥିବୀରେ ଥିବା ବାୟୁମଣ୍ଡଳରେ ଗତି କଲାବେଳେ ନୀଳ ତଥା ସବୁଜ ରଙ୍ଗ ବିଚ୍ଛୁରିତ ହୋଇଥାଏ। କେବଳ ଲାଲ ଓ ନାରଙ୍ଗି ରଙ୍ଗର ଆଲୋକ ଚନ୍ଦ୍ରରେ ଉପରେ ପଡ଼ୁଥିବାରୁ ଚନ୍ଦ୍ର ଏଭଳି ଲାଲ୍‌ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜାନୁଆରି ମାସରେ ୪୫ ମିନିଟ୍‌ ପାଇଁ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯାଇଥିଲା। ଏହି ଚନ୍ଦ୍ର ଗ୍ରହଣ ରାଜ୍ୟର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ।

ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟାନୟକଙ୍କ ସୂଚନା ଅନୁଯାୟୀ, ଆସନ୍ତା ଶତାବ୍ଦୀର ଆଉ ଏକ ଦୀର୍ଘତମ ଚନ୍ଦ୍ରଗ୍ରହଣ ୨୧୨୩ ମସିହା ଜୁନ୍‌ ମାସ ୯ ତାରିଖରେ ଦେଖାଯିବ। ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏକ ଘଣ୍ଟା ୪୬ମିନିଟ୍‌ ଧରି ଦୃଶ୍ୟମାନ ହେବ। ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼େ ନାହିଁ। ଚଳିତ ଚନ୍ଦ୍ର ଗ୍ରହଣ ମଧ୍ୟରାତ୍ରିରେ ହେବ। ତେବେ ଆକାଶ ମେଘାଚ୍ଛନ୍ନ ରହିବାର ଆଶଙ୍କା ଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଅପରାହ୍ନ ୨, ୩, ୪ ଓ ୫ ଘଟିକା ସମୟରେ ପ୍ଲାନେଟାରିୟମ୍‌ରେ ଚାଲୁଥିବା ସୋ’ ପୂର୍ବରୁ ୧୦ମିନିଟ୍‌ ଗ୍ରହଣ ବିଷୟରେ ଲୋକମାନଙ୍କୁ ଧାରଣା ଦିଆଯିବାର ବ୍ୟବସ୍ଥା ରହିଛି। ଏହାସହ ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଗ୍ରହଣ ସଂପର୍କରେ ଲୋକମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

କରୁଣାନିଧିଙ୍କ ଅବସ୍ଥା ଗୁରୁତର, ରାତି ସାଢ଼େ ୧ଟାରେ ଡାକ୍ତରଖାନାରେ ଭର୍ତ୍ତି

Sat Jul 28 , 2018
ଚେନ୍ନାଇ: ଡିଏମ୍‌କେ ସଭାପତି ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଉଦ୍‌ବେଗଜନକ ରହିଛି। କାବେରୀ ହସ୍ପିଟାଲ୍‌ରେ ୮ ଦିନ ଚିକିତ୍ସାଧୀନ ରହିବା ପରେ ଗତକାଲି ସେ ଘରକୁ ଫେରିଥିଲେ। ଘରେ ତାଙ୍କୁ ୨୪ ଘଣ୍ଟା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା। ତେବେ ରାତି ୧୨ଟା ପରେ ହଠାତ କରୁଣାନିଧିଙ୍କ ରାକ୍ତ ଚାପରେ ଦୃତ ଅବନତି ଦେଖାଦେଇଥିଲା। ତାଙ୍କୁ ଘରେ ରହି ୨୪ ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial