ଇନ୍ଦ୍ରାବତୀ ନଦୀରେ ଚାଲିଥିଲା ନିର୍ମାଣ କାମ : ଇଂଜିନିୟର ଏବଂ ସହଯୋଗୀଙ୍କୁ ଅପହରଣ କଲେ ନକ୍ସଲ

ଇଂଜିନିୟର ଏବଂ ସହଯୋଗୀଙ୍କୁ ଅପହରଣ କଲେ ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲ ହିଂସା ବଢିବାରେ ଲାଗିଛି। ନକ୍ସଲ ଭୁମକାଲ ଦିବସ ପାଳନ ନେଇ ପୋଷ୍ଟର ଏବଂ ବ୍ୟାନର ମାରି ଗ୍ରାମବାସୀଙ୍କୁ ଏହି ଦିବସ ପାଳନ ନେଇ ଆହ୍ବାନ କରୁଥିବା ବେଳେ ସରପଞ୍ଚଙ୍କ ସ୍ବାମୀଙ୍କୁ ନକ୍ସଲ ପୁଲିସ ଇନଫର୍ମର କହି ହତ୍ୟା କରିଛନ୍ତି। ଆଜି ପୁଣି ନକ୍ସଲ ଜଣେ ଇଂଜିନିୟର ସହ ତାଙ୍କର ସହଯୋଗୀଙ୍କୁ ଅପହରଣ କରିନେଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଣ୍ଡ୍ରେ ଥାନା ଅଞ୍ଚଳରେ ଥିବା ଇନ୍ଦ୍ରାବତୀ ନଦୀ ଉପରେ ଏକ ବ୍ରିଜ ନିର୍ମାଣ ହେଉଥିବା ବେଳେ ଇଂଜିନିୟର ଅଶୋକ ପାଵାର ଏବଂ ତାଙ୍କର ସହଯୋଗୀ କାମକୁ ତଦାରଖ କରିବାକୁ ଯାଇଥିବା ବେଳେ ପୂର୍ବରୁ ଏଠାରେ ଆମ୍ବୁସ ଲଗାଇ ବସିଥିବା ନକ୍ସଲ ଇଂଜନିୟର ଅଶୋକ ଏବଂ ତାଙ୍କର ସହଯୋଗୀଙ୍କୁ ଅପହରଣ କରି ନେଇଥିଲେ। ଏହି ବ୍ରିଜକୁ ନକ୍ସଲ ବିରୋଧ କରିଆସୁଥିବା ବେଳେ ସୁରକ୍ଷାକର୍ମୀ ଏଠାରେ ସୁରକ୍ଷା ଦେଉଥିଲେ। ସୁରକ୍ଷାକର୍ମୀ ଏଠାରେ ଅବସ୍ଥାପିତ ଥିବା ବେଳେ ମଧ୍ୟ ନକ୍ସଲ ଇଂଜିନିୟରକୁ ଅପହରଣ କରିନେବାରେ ସଫଳ ହୋଇଥିଲେ। ତେବେ ସୁରକ୍ଷାକର୍ମୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନକ୍ସଲ ସହ ମୁହାଁମୁହିଁ ହୋଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ସହ ଗୁଳିବିନିମୟ ହୋଇଥିଲେ ମଧ୍ୟ ନକ୍ସଲଲ ଜଙ୍ଗଲରେ ଇଂଜିନିୟରକୁ ନେବାରେ ସଫଳ ହୋଇଥିଲେ। ପୁଲିସ ଏହି ଘଟଣା ପରେ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଇଂଜିନିୟର ଏବଂ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଛାଡି ଦେବାକୁ ପରିବାର ଲୋକେ ଏବଂ ସାଧାରଣରେ ଅନୁରୋଧ କରାଯାଇଛି। ଏବେ ନକ୍ସଲ ହିଂସାତ୍ମକ ହୋଇଯାଇଥିବାରୁ ଇଂଜିନିୟରଙ୍କୁ ଏତେ ସହଜରେ ଛାଡିବେ ନାହିଁ ବୋଲି ଆଲୋଚନା ମଧ୍ୟ ଜୋର ଧରିଛି। ନକ୍ସଲଙ୍କର ଏହି ଘଟଣା ପରେ ଏହି ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।

Share Now:

Kalinga News Beuro

Next Post

କଂଗ୍ରେସକୁ ନଷ୍ଟ କରିବାକୁ ଭାଇ-ଭଉଣୀ ଯଥେଷ୍ଟ: ଯୋଗୀ

Sat Feb 12 , 2022
ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ୭୦ଟି ବିଧାନସଭା ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ଫେବୃଆରୀ ୧୪ରେ ଭୋଟଗ୍ରହଣ ହେବ। ମାର୍ଚ୍ଚ ୧୦ରେ ଭୋଟଗଣତି ପରେ କେଉଁ ଦଳ ପରବର୍ତ୍ତୀ ସରକାର ଗଠନ କରିବେ ତାହା ସ୍ଥିର ହେବ। ତେବେ ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରାଖଣ୍ଡରେ ପହଞ୍ଚି କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଥିଲେ। ଯୋଗୀ […]
କଂଗ୍ରେସକୁ ନଷ୍ଟ କରିବାକୁ ଭାଇ-ଭଉଣୀ ଯଥେଷ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial