ପୋଲ ତଳକୁ ଖସିଲା ଟ୍ରକ୍‌ : ଡ୍ରାଇଭର୍ ଗୁରୁତର

ପୋଲ ତଳକୁ ଖସିଲା ଟ୍ରକ୍‌

ରାଇରଙ୍ଗପୁର: ଭାରସ୍ୟାମ ହରାଇ ପୋଲ ତଳକୁ ଖସିଲା ଟ୍ରକ୍। ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଟିଏମଏଚ୍‌ରେ ଭର୍ତ୍ତି ସୂଚନା। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ କେନ୍ଦୁଝରସ୍ଥିତ ଗନ୍ଧମାର୍ଦ୍ଧନ ମାଇନ୍ସରୁ ଏକ ଆଇରନ୍ ପଥର ବୋଝେଇ ଟ୍ରକ୍ (ଜେଏଚ୍-୦୫ଡିଜି-୨୫୮୧) ପଡୋଶୀ ଝାଡ଼ଖଣ୍ଡରୁ ଲୁହାପଥର ଅନଲୋଡ଼ କରି ଫେରୁଥିବା ସମୟରେ ଦାଣ୍ଡବୋଷ ନିକଟରେ ଭାରସ୍ୟାମ ହରାଇ ଏକ ପୋଲ ତଳକୁ ଖସିପଡିଥିଲା। ଫଳରେ ଚାଳକ ଜଣକ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ସଂକଟ୍ଟାପନ୍ନ ହେବାରୁ ତାଙ୍କ ଜାମସେଦପୁରସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ ଯେ ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ତିରିଂ, ବହଳଦା, ରାଇରଙ୍ଗପୁର, କୁସୁମୀ, ଯଶିପୁର ଅଞ୍ଚଳ ଦେଇ ଯାଇଛି ଏବଂ ତାହା ଅଣ ଓସାରିଆ ଥିବାରୁ ବାରମ୍ବାର ଏଭଳି ଦୂର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି।

Share Now:

Kalinga News Beuro

Next Post

ସହରୀ ଆବର୍ଜନାରେ ଭର୍ତ୍ତି ବଇଦି ବନ୍ଧ : ପରିତ୍ୟକ୍ତ ଅବସ୍ଥାରେ ୧୦ ଗାଁର ୨୫ ପୋଖରୀ

Wed Apr 24 , 2024
ଜୀବନରେଖା ଏବେ ବିପଦର କାରଣ ଖଣ୍ଡଗିରି: ଏକଦା ଭୁବନେଶ୍ୱର ଉପକଣ୍ଠର ଜୀବନରେଖା କୁହାଯାଉଥିବା ‘ବଇଦି ବନ୍ଧ’ (ନୟନଯୋରି) ଏବେ ସ୍ଥାନୀୟ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ସହରୀ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବା ଏହି ଜୋର ଆଉ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ତା’ ସହିତ ଏହି ଜୋରର ଆବର୍ଜନା ପାଣି ଏବେ ପାଖଆଖ ଗାଁର ପୋଖରୀ ଓ କୂଅର ପାଣିକୁ ମଧ୍ୟ ପ୍ରଭାବିତ କଲାଣି। କୂଅପାଣି ପ୍ରବଳ ଗନ୍ଧ ହେଉଥିବାରୁ […]
ସହରୀ ଆବର୍ଜନାରେ ଭର୍ତ୍ତି ବଇଦି ବନ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial