ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା : ପୂର୍ବଭାରତରେ ସକ୍ରିୟ ହେବ ମୌସୁମୀ

ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଲୋକମାନେ ଆତୁର ହୋଇ ମୌସୁମୀର ଆଗମନକୁ ଚାହିଁ ବସିଛନ୍ତି। କିନ୍ତୁ ମୌସୁମୀର ଆଗମନ ବିଳମ୍ବିତ ହୋଇଚାଲିଛି। ତେବେ ଖୁବଶୀଘ୍ର ରାଜ୍ୟରେ ବର୍ଷା ଆରମ୍ଭ ହେବାକୁ ଯାଉଛି। କାରଣ ବଙ୍ଗୋପସାଗରରେ ଏକ ଲଘୁଚାପର ସମ୍ଭାବନା ଦେଖାଦେଇଛି।
ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ୍ ୨୩ ରେ ସେହି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପରଦିନ ଅର୍ଥାତ୍ ୨୪ ଜୁନରେ ଏହା ଏକ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ମୌସୁମୀକୁ ଓଡ଼ିଶାକୁ ଟାଣିଆଣିବ ବୋଲି ସ୍କାଏମେଟ କହିଛି। ଏହି ଲଘୁଚାପ ଓଡ଼ିଶା ଦେଇ ମଧ୍ୟଭାରତକୁ ଗତି କରି ଛତିଶଗଡ଼ ଓ ମଧ୍ୟପ୍ରଦେଶକୁ ଅତିକ୍ରମ କରିବ ଓ ଧୀରେ ଧୀରେ ଦୁର୍ବଳ ହୋଇ ରାଜସ୍ଥାନ ଓ ଗୁଜରାଟରେ ପହଞ୍ଚିବ ଓ ମଧ୍ୟମ ଧରଣର ବର୍ଷା କରିବ। ଭାରତୀୟ ପାଣିପାଗର ସୂଚନା ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର ଆଉ କେତେକ ଅଞ୍ଚଳ, ଉତ୍ତର-ପଶ୍ଚିମ ପଶ୍ଚିମବଙ୍ଗ ଓ ଗାଙ୍ଗେୟ ପଶ୍ଚିମ ବଙ୍ଗର କିଛି ଅଂଶରେ ପ୍ରବେଶ କରିଛି। ଆଗାମୀ ୨-୩ ଦିନରେ ଏହା ଓଡ଼ିଶାରେ ପ୍ରବେଶ କରିବ।

Share Now:

Kalinga News Beuro

Next Post

ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇ ଗିରଫ ହେଲେ ପାଦ୍ରୀ

Tue Jun 20 , 2023
ଚେନ୍ନାଇ: ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାମିଲନାଡୁର ଜଣେ ପାଦ୍ରୀଙ୍କୁ ପୋକ୍ସୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି। ତାମିଲନାଡୁର ଏକ ଗାଁର ଜଣେ ୪୦ ବର୍ଷୀୟ ପାଦ୍ରୀଙ୍କୁ ୧୫ ବର୍ଷୀୟା ଜନୈକା ନାବାଳିକାଙ୍କୁ ଦୀର୍ଘ ୫ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିବା ଅପରାଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା ଆଇନ (ପୋକ୍ସୋ) ଅଧୀନରେ ଗିରଫ କରାଯାଇଛି। ହସ୍ତଗତ ରିପୋର୍ଟରୁ ପ୍ରକାଶ, […]
ନାବାଳିକାଙ୍କୁ ଯୌନ ନିର୍ଯାତନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial