କୃଷି ଆଇନକୁ ବିରୋଧକରି ବିଭିନ୍ନ ଦଳ ପକ୍ଷରୁ ଆନ୍ଦୋଳନ: ମାଲକାନଗିରି ଜିଲ୍ଲାରେ ‘ଭାରତ ବନ୍ଦ’ ପାଳନ

ମାଲକାନଗିରି ଜିଲ୍ଲାରେ ‘ଭାରତ ବନ୍ଦ’ ପାଳନ

ମାଲକାନଗିରି: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧକରି ମାଲକାନଗିରି ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆଜି ‘ଭାରତ ବନ୍ଦ’ ପାଳନ କରାଯାଇଛି। ଜିଲ୍ଲା ସଦର ମହକୁମା ସମେତ ସମସ୍ତ ସାତୋଟି ବ୍ଲକ ଏବଂ ଗ୍ରାମାଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଚାଷୀମାନେ ଏକତ୍ରୀତ ହୋଇ ସମଗ୍ର ଜିଲ୍ଲାକୁ ବନ୍ଦ କରିଦେଇଥିଲେ। ମାଲକାନଗିରି ଜିଲ୍ଲାରେ ବସ ଚଳାଚଳ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦଥିଲା। ସେହିପରି ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ବସ ଚଳାଚଳ ବନ୍ଦ ରହିଥିବାରୁ ଲୋକେ ବହୁ ହଇରାଣ ହୋଇଥିବା ଦେଖିବାକୁ ମିଳିଥିଲା। ସିପିଆଇଏମ ତରଫରୁ ଜୋନ ସଂପାଦକ ବ୍ରଜ ମାଝିଙ୍କ ନେତୃତ୍ୱରେ ଡିଏନ୍‌କେ ଛକରେ ଏହି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ସେହିପରି କଂଗ୍ରେସ ତରଫରୁ ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମା ୩୨୬ଜାତୀୟ ରାଜପଥକୁ ବନ୍ଦ କରିଦେବା ସହ ଯାନବାହନ ଚଳାଚଳକୁ ଠପ୍‌ କରିଦେଇଥିଲେ। ଆଦିବାସୀ ଏକତା ତରଫରୁ ଘେନୁ ମୁଦୁଲିଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ଏକତ୍ରୀତ ହୋଇ ବିଭିନ୍ନ ସ୍ଥାନରେ ରାସ୍ତାକୁ ଜାମ କରିଦେଇଥିଲେ। ସେହିପରି ଅନ୍ୟ ସଂଗଠନମାନେ ମଧ୍ୟ ସହର ପରିକ୍ରମା କରିବା ସହ ଏହି ଆଇନକୁ ବିରୋଧ ପ୍ରଦର୍ଶନ କରିଥିଲେ।

Share Now:

Kalinga News Beuro

Next Post

୮୬ ସେଣ୍ଟିମିଟର ବଢ଼ିଲା ଏଭରେଷ୍ଟର ଉଚ୍ଚତା

Tue Dec 8 , 2020
କାଠମାଣ୍ଡୁ: ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା। ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ। ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର। ୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ […]
୮୬ ମିଟର ବଢ଼ିଲା ଏଭରେଷ୍ଟର ଉଚ୍ଚତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial