କାଠମାଣ୍ଡୁ: ବଦଳିଲା ବିଶ୍ୱର ଉଚ୍ଚତମ ଶୃଙ୍ଗର ଉଚ୍ଚତା। ଦୀର୍ଘ ବର୍ଷ ଧରି ଏଭରେଷ୍ଟ ଶୃଙ୍ଗର ଉଚ୍ଚତାକୁ ନେଇ ଲାଗି ରହିଥିବା ବିବାଦର ଆଜି ଅନ୍ତ ହୋଇଛି ବୋଲି ଘୋଷଣା କରିଛନ୍ତି ଉଭୟ ନେପାଳ ଓ ଚୀନ। ନୂଆ ହିସାବ ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ହେଉଛି ୮ ହଜାର ୮୪୮ ଦଶମିକ ୮୬ ମିଟର। ୧୯୫୪ ମସିହାରେ ସର୍ଭେ ଅଫ୍ ଇଣ୍ଡିଆ କରିଥିବା ହିସାବ ଅନୁସାରେ ଏହାର ଉଚ୍ଚତା ୮ ହଜାର ୮୪୮ ମିଟର ରହିଥିଲା। କିନ୍ତୁ ଏହାକୁ ନେଇ କିଛି ଦ୍ୱନ୍ଦ୍ୱ ଦେଖାଯାଇଥିଲା ଏବଂ ଏନେଇ ୨୦୧୧ ମସିହାରୁ ଚୀନ ଓ ନେପାଳ ମିଳିତ ଭାବେ ଏହାର ଉଚ୍ଚତା ମାପ କରାଯାଇଥିଲା। ଅତ୍ୟାଧୁନିକ କୌଶଳରେ ଏହାର ମାପ କରାଯାଇଥିଲା ଏବଂ ଏହି ଅନୁସାରେ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ପୂର୍ବ ଉଚ୍ଚତା ତୁଳନାରେ ୮୬ ସେଣ୍ଟିମିଟର ଅଧିକ ବୋଲି ଜଣାପଡିଛି। ପୂର୍ବରୁ ବ୍ରିଟିଶ ଶାସିତ ଭାରତ ପକ୍ଷରୁ ୧୮୪୯ ଓ ୧୮୫୫ରେ ସର୍ଭେ ଅଫ୍ ଇଣ୍ଡିଆ ଏହି ଶୃଙ୍ଗର ଉଚ୍ଚତା ମାପ କରିଥିଲା।
Share Now: