ଦକ୍ଷିଣ ଚୀନ ସାଗରରେ ଆମେରିକାର ଯୁଦ୍ଧ ଜାହାଜ : ଚୀନ ଖପ୍ପା

ଦକ୍ଷିଣ ଚୀନ ସାଗରରେ ଆମେରିକାର ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ : ଦକ୍ଷିଣ ଚୀନ ସାଗରରେ ଥିବା ବିବାଦୀୟ ସ୍ପ୍ରାଟଲି ଦ୍ବୀପ ନିକଟରେ ଆମେରିକା ନୌସେନାର ଯୁଦ୍ଧଜାହାଜ ପ୍ରବେଶ କରିବା ପରେ ଚୀନ ତାହାକୁ ନେଇ ଆପତ୍ତି ଉଠାଇଛି। ଚୀନର ସାର୍ବଭୌମ ଅଞ୍ଚଳରେ ଏହା ଆମେରିକାର ଅନୁପ୍ରବେଶ ଓ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚୀନ କହିଛି। ଦକ୍ଷିଣ ଚୀନ ସାଗରରେ ଆମେରିକାର ନୌସେନା ଯୁଦ୍ଧାଭ୍ୟାସ କରୁଥିବାବେଳେ ଚୀନ ତାହାକୁ ବିରୋଧ କରୁଛି। କିନ୍ତୁ ଏହା ଅନ୍ତର୍ଜାତୀୟ ଜଳସୀମାରେ ରହୁଥିବାରୁ ଏପରି କରିବା ବେଆଇନ ନୁହେଁ ବୋଲି ଆମେରିକା କହିଛି। ଆମେରିକା ନୌସେନା ପକ୍ଷରୁ କୁହାଯାଇଛି ଯେ ଜୁଲାଇ ୧୬ରେ ୟୁଏସ ବେନଫୋଲଡ ନିଜର ଦକ୍ଷିଣଚୀନ ସାଗର ସ୍ଥିତ ସ୍ପ୍ରାଟଲି ଦ୍ବୀପ ନିକଟରେ ଅତିକ୍ରମ କରିଥିଲା। ଫ୍ରିଡମ ଅଫ ନାଭିଗେସନ ଓ ଅନ୍ତର୍ଜାତୀୟ ଆଇନକୁ ପାଳନ କରି ଏହା କରାଯାଇଛି। ସୂଚନାଯୋଗ୍ୟ ଯେ, ଦକ୍ଷିଣ ଚୀନ ସାଗରକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି ଚୀନ। ଏଣୁ ଏଠାରେ ଥିବା ସ୍ପ୍ରାଟଲି ଓ ପାରାସଲ ଦ୍ବୀପକୁ ନିଜର ବୋଲି କହୁଛି ଚୀନ। କିନ୍ତୁ ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ଦେଶ, ଆମେରିକା ଓ ଅଷ୍ଟ୍ରେଲିଆ ଏହା ଅନ୍ତର୍ଜାତୀୟ ଜଳକ୍ଷେତ୍ର ମଧ୍ୟରେ ଆସୁଛି ବୋଲି କହୁଛନ୍ତି। ଅନ୍ତର୍ଜାତୀୟ ଜଳ କ୍ଷେତ୍ର ମଧ୍ୟରେ ଜାହାଜ ଚଳାଇବା ସମସ୍ତଙ୍କ ଅଧିକାର ବୋଲି ଏସବୁ ଦେଶ କହୁଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ସଂକ୍ରମିତ : ୧୮ ବର୍ଷରୁ କମ୍ ବୟସର ୧୨୨ ଜଣ

Sat Jul 16 , 2022
ଭୁବନେଶ୍ବର: ଗତକାଲି ଭଳି ଆଜି ବି ହଜାରେ ଉପରେ ରହିଛି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ। ଗତକାଲି ୧୦୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୬୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୨୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୨୨ ଜଣ ୧୮ […]
୨୪ ଘଣ୍ଟା ମଧ୍ୟରେ ୧୦୬୫

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial