ଆଫଗାନୀଙ୍କ ଧୈର୍ଯ୍ୟର ପରୀକ୍ଷା ନିଅ ନାହିଁ : ପାକିସ୍ତାନକୁ ତାଲିବାନର ଚେତାବନୀ

ପାକିସ୍ତାନକୁ ଚେତାବନୀ ଦେଲା ତାଲିବାନ

କାବୁଲ: ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍ ଘଟଣାକୁ ନେଇ ଖପ୍ପା ହୋଇଛି ତାଲିବାନ। ଆଫଗାନିସ୍ତାନର ଖୋସ୍ତ ଏବଂ କୁନାର ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକକୁ ନେଇ ତାଲିବାନ ରବିବାର ଦିନ ପାକିସ୍ତାନକୁ ଚେତାବନୀ ଦେଇଛି। ତାଲିବାନ, ଆଫଗାନିସ୍ତାନର ଧୈର୍ଯ୍ୟ ପରୀକ୍ଷା ନକରିବାକୁ ପାକିସ୍ତାନକୁ କହିଛି। ଶୁକ୍ରବାର ରାତିରେ ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନ ଦ୍ୱାରା ଏୟାର ଷ୍ଟ୍ରାଇକ କରାଯାଇଥିଲା। ଏହି ଆକ୍ରମଣରେ ୪୦ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣାକୁ ନେଇ ତାଲିବାନ ସରକାରର ସୂଚନା ଓ ସଂସ୍କୃତି ମନ୍ତ୍ରୀ ଜାବିହୁଲା ମୁଜାହିଦ୍ କହିଛନ୍ତି ଯେ ଆଫଗାନିସ୍ତାନବାସୀଙ୍କ ଧୈର୍ଯ୍ୟକୁ ପାକିସ୍ତାନ ପରୀକ୍ଷା କରିବା ଉଚିତ ନୁହେଁ। ଯଦି ଧୈର୍ଯ୍ୟକୁ ପରୀକ୍ଷା କରିବ ତେବେ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ ହୁଅ ବୋଲି ସେ କହିଛନ୍ତି। ମୁଜାହିଦ୍ କହିଛନ୍ତି ଯେ କୂଟନୈତିକ ଢଙ୍ଗରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ହେଉଥିବାବେଳେ ପାକିସ୍ତାନର ଏଭଳି କାର୍ଯ୍ୟକଳାପ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ତିକ୍ତତା ସୃଷ୍ଟି କରିବ। ତିକ୍ତତା ପରେ ସଂଘର୍ଷ ହେବ ଯାହା କାହା ପାଇଁ ଭଲ ହେବ ନାହିଁ। ସୂଚନା ଥାଉ କି ଗତକାଲି ଆଫଗାନିସ୍ତାନର ଖୋସ୍ତ ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିଲା। ୨୬ଟି ପାକିସ୍ତାନୀ ବିମାନ ଖୋସ୍ତ ପ୍ରଦେଶରେ ଥିବା ସ୍ପୁରା ଜିଲ୍ଲାର ମିରପର୍, ମାନ୍ଦେହ ଏବଂ କାଇ ଗାଁକୁ ଟାର୍ଗେଟ କରିଥିଲେ। ଗତବର୍ଷ ଡିସେମ୍ବରରେ ଡୁରାଣ୍ଡ ଲାଇନରେ ପାକିସ୍ତାନୀ ସେନା ଏବଂ ଆଫଗାନିସ୍ତାନ ତାଲିବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Share Now:

Kalinga News Beuro

Next Post

ଭାରତ ଗସ୍ତରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ

Sun Apr 17 , 2022
ନୂଆଦିଲ୍ଲୀ: ରୁଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିଥିବା ବେଳେ ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଏପ୍ରିଲ୍‌ ୨୧ ତାରିଖରେ ଭାରତରେ ପହଞ୍ଚିବେ ବୋଲି ରବିବାର ଦିନ ତାଙ୍କ କାର୍ଯ୍ୟାଳୟ ସୁନିଶ୍ଚିତ କରିଛି। ଏହା ପୂର୍ବରୁ ବୋରିସ ଜନସନ ଏକ ଟ୍ବିଟ କରିଛନ୍ତି। ଟ୍ବିଟରେ ସେ ରୁଷକୁ ଏକଛତ୍ରବାଦୀ ରାଷ୍ଟ୍ର ବୋଲି କହି ଅନ୍ୟ ଦେଶକୁ ଏକାଠି ହେବାକୁ କହିଛନ୍ତି। ସେ କହିଥିବା ଟ୍ବିଟରେ ଲେଖାଯାଇଛି ଯେ, ଦେଶ ମଧ୍ୟରେ […]
ବୋରିସ୍ ଜନସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial