ଶିଶୁଙ୍କ ତରଳଝାଡ଼ା ବି ହୋଇପାରେ କରୋନା ଲକ୍ଷଣ:ଅନ୍ତଃନଳୀକୁ ବି ସଂକ୍ରମିତ କରୁଛି କରୋନା

ଉହାନ: ତାହା ଅନ୍ତଃନଳୀରେ ମଧ୍ୟ ଦେଖିବାକୁ ମିଳୁଛି। ଅଧିକାଂଶ ଶିଶୁଙ୍କଠାରେ କୋଭିଡ୍‌-୧୯ର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ବେଳେ ଅଳ୍ପ କେତେକ ଶିଶୁଙ୍କ ଦେହରେ ଗୁରୁତର ଲକ୍ଷଣ ଦେଖାଯାଉଛି। ଏପରିକି ଶିଶୁମାନଙ୍କଠାରେ ଶ୍ଵାସକ୍ରିୟା ଜନିତ କୌଣସି ଲକ୍ଷଣ ଦେଖାଯାଉ ନ ଥିବାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ କଷ୍ଟକର ବୋଲି ଚୀନ୍‌ର ଉହାନର ଟଙ୍ଗଜୀ ହସ୍ପିଟାଲ ଗବେଷଣାରୁ ଜଣାପଡ଼ିଛି।
ସଂପୃକ୍ତ ହସ୍ପିଟାଲରେ ଶ୍ଵାସକ୍ରିୟାଜନିତ ଲକ୍ଷଣ ନ ଥିବା ଶିଶୁମାନଙ୍କ ଉପରେ ଏକ ଗବେଷଣା ହୋଇଥିବା ବେଳେ ସଂପୃକ୍ତ ଶିଶୁମାନେ ନିମୋନିଆ ଓ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହି ଶିଶୁମାନଙ୍କଠାରେ ବୃକ୍‌କ ପଥର ଓ ମସ୍କିଷ୍କାଘାତ ଭଳି ରୋଗର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସିଟି ସ୍କାନ୍‌ କରାଯିବା ପରେ ନିମୋନିଆର ଶିକାର ଥିବା ଶିଶୁମାନଙ୍କ ଦେହରେ କୋଭିଡ୍‌-୧୯ ଭୂତାଣୁ ରହିଥିବା ଜଣାପଡ଼ିଥିଲା। ଆଡମିଟ୍‌ ବେଳେ ଏହି ଶିଶୁମାନଙ୍କ ଦେହରେ କୋଭିଡ-୧୯ର କୌଣସି ଲକ୍ଷଣ ନ ଥିଲା। ୫ ଜଣଙ୍କ ମଧ୍ୟରୁ ୪ଶିଶୁ ପାକସ୍ଥଳୀ ଜନିତ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତେଣୁ କୋଭିଡ୍‌-୧୯ କେବଳ ଯେ ପାଟିରୁ ବାହାରୁଥିବା କଫଖଣ୍ଡ ‌ଜରିଆରେ ଶ୍ଵାସକ୍ରିୟାକୁ ସଂକ୍ରମିତ ହୁଏ ତା ନୁହେଁ, ବରଂ ମଳ ଓ ପାଟି ଦେଇ ପାକସ୍ଥଳୀକୁ ସଂକ୍ରମିତ କରୁଥିବା ଗବେଷକ ଆଶଙ୍କା କରୁଛନ୍ତି। ଏପରିକି ଗତ ମାର୍ଚ୍ଚ ମାସରେ ଆମେରିକାନ୍‌ ଜର୍ଣ୍ଣାଲ ଅଫ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିରେ ଚୀନ୍‌ର ଏକ ଗବେଷଣା ସଂକ୍ରାନ୍ତ ଲେଖା ବାହାରିଥିଲା। ଏଥିରେ ଉହାନ୍‌ର ଅଧିକାଂଶ ଶିଶୁମାନଙ୍କଠାରେ ଥିବା ଡାଇରିଆ, କରୋନାର ଏକ ପ୍ରମୁଖ ଲକ୍ଷଣ ବୋଲି କହାଯାଇଛି। ମଣିଷ ଶରୀରର କେବଳ ଶ୍ଵାସକ୍ରିୟା ବ୍ୟବସ୍ଥା ନୁହେଁ, ବରଂ ଅନ୍ତଃନଳୀକୁ ମଧ୍ୟ କରୋନା ଭାଇରସ୍‌ ସଂକ୍ରମିତ କରୁଥିବା ଗବେଷଣାରୁ ଜଣାପଡ଼ିଛି। ନେଚର୍‌ ମେଡିସିନ୍‌ ନାମକ ଏକ ଜର୍ଣ୍ଣାଲରେ ଏ ସଂକ୍ରାନ୍ତ ଏକ ଗବେଷଣାଭିତ୍ତିକ ଲେଖା ପ୍ରକାଶ ପାଇଛି। ମଣିଷ ଓ ବାଦୁଡ଼ିର ଅନ୍ତଃନଳୀର ଏକ ଅର୍ଗାନଏଡ୍ (ପରୀକ୍ଷାଗାରରେ ପ୍ରସ୍ତୁତ ଏକ କ୍ଷୁଦ୍ରାଂଗ) ଉପରେ ଏହାକୁ ପରୀକ୍ଷା କରାଯାଇଥିଲା। ଏହା ମଣିଷ ଠାରେ ମଧ୍ୟ ପରୀକ୍ଷା ହୋଇଛିା। ଉଭୟ କ୍ଷେତ୍ରରେ ସାର୍ସ-କୋଭ୍‌-୨ ଭୂତାଣୁ, ଯାହାକି କି କୋଭିଡ୍‌-୧୯ ରୋଗ ସୃଷ୍ଟି କରୁଛି, ତାହା ବାଦୁଡ଼ିମାନଙ୍କଠାରେ ଦେଖା ଯାଉଥିବା ଗବେଷକମାନେ କହିଛନ୍ତି। ରାଇନୋଲୋଫସ ସିନିସସ୍ ପ୍ରଜାତିର ବାଦୁଡ଼ିରୁ ହିଁ ପ୍ରଥମେ ବାଦୁଡ଼ିର ଅର୍ଗାନଏଡ୍‌ ପ୍ରସ୍ତୁତ କରାଯାଇଥିଲା। ସାର୍ସ-କୋଭ-୨ ଭୂତାଣୁ ଦ୍ୱାରା ଏହି ଅର୍ଗାନଏଡ୍‌ ସଂକ୍ରମିତ ହୋଇପାରୁଛି କି ନାହିଁ, ଗବେଷକମାନେ ତାହାର ଯାଞ୍ଚ କରିଥିଲେ। ତେବେ ଅର୍ଗାନଏଡ୍‌ ଭାଇରାଲ ନକଲକୁ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ତେଣୁ ବାଦୁଡ଼ିର ଅନ୍ତଃନଳୀ କୋଷିକାକୁ ମଧ୍ୟ ସାର୍ସ-କୋଭ-୨ ଭୂତାଣୁ ସଂକ୍ରମିତ କରିପାରୁଥିବା ଏଥିରୁ ସ୍ପଷ୍ଟ ହୋଇଛିା। ଗବେଷକମାନେ ମଣିଷର ଅନ୍ତଃନଳୀ ଅର୍ଗାନଏଡ୍‌ରେ ଭୂତାଣୁ ସଂକ୍ରମଣର ଗବେଷଣା କରିଛନ୍ତି। ଏହା ପ୍ରମାଣିତ ହୋଇଛି। ଏପରିକି ଜଣେ ସଂକ୍ରମିତ ମହିଳାଙ୍କ ମଳରୁ ସାର୍ସ-କୋଭ-୨ ଭୂତାଣୁକୁ ପୃଥକ୍‌ କରିବାରେ ଗବେଷକମାନେ ସଫଳ ହୋଇଛନ୍ତି। ଫଳରେ ମଣିଷର ଅନ୍ତଃନଳୀରେ ମଧ୍ୟ ଭୂତାଣୁ ସଂକ୍ରମଣ ହେଉଥିବା ବେଳେ ଶରୀରର କେଉଁ ବାଟ ଦେଇ ଭୂତାଣୁ ଅନ୍ତଃନଳୀକୁ ସଂକ୍ରମିତ କରୁଛି, ତାହା ସ୍ପଷ୍ଟ ହୋଇ ପାରିନାହିଁ।

Share Now:

Kalinga News Beuro

Leave a Reply

Next Post

କଟକ ଜିଲ୍ଲାର ନଗସପୁର ସରପଞ୍ଚଙ୍କୁ ନିଲମ୍ବିତ କଲେ ରାଜ୍ୟ ସରକାର

Sat May 16 , 2020
କଟକ: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, କରୋନାର ମୁକାବିଲା ବେଳେ ସରପଞ୍ଚ କ୍ଷମତାର ଅପବ୍ୟବହାର କରିବା ତଥା ମହିଳା ଆୟୁଷ ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ନଗସପୁର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ଶେଖର ଭୂୟାଁ ଗିରଫ ହୋଇ ଜେଲ ଯାଇଥିଲେ। Share Now:

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial