ଶୋଇବା ଘରୁ ୭ ଫୁଟିଆ ଛୁଆ ଅଜଗର ଉଦ୍ଧାର

ଶୋଇବା ଘରୁ ୭ ଫୁଟିଆ ଛୁଆ ଅଜଗର ଉଦ୍ଧାର

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର ମାଦି ଗ୍ରାମରେ ଜଣେ ଲୋକଙ୍କ ଶୋଇବା ଘରୁ ୭ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୈପାରିଗୁଡ଼ା ବ୍ଲକର ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧା ଏକୁଟିଆ ନିଜ ଶୋଇବା ଘରେ ଶୋଇଥିବା ବେଳେ ରାତି ପ୍ରାୟ ସାଢେ଼ ବାରଟା ବେଳକୁ ତାଙ୍କ ମୁଣ୍ଡ ପାଖରେ ଶବ୍ଦ ଶୁଣିବାକୁ ପାଇଲେ। କାଳେ ବିଲେଇ ଶବ୍ଦ କରୁଥିବା ଭାବି ଡିବିରି ଲଗାଇ ଥିଲେ। ଡିବିରିର ଆଲୁଅରେ ସେ ଏକ ଅଜଗର ସାପ ତାଙ୍କ ଶେଯ ପାଖରେ ଦେଖି ଭୟଭୀତ ହୋଇ ତାଙ୍କ ପୁତୁରା ଚନ୍ଦ୍ର ସୀସାଙ୍କୁ ଘରେ ସାପ ପଶି ଯାଇଥିବା ଜଣାଇଥିଲେ।
ଚନ୍ଦ୍ର ତୁରନ୍ତ ସମାରୀଙ୍କ ଶୋଇବା ବଖରାରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରି ଆଜି ସକାଳ ଦଶଟା ବେଳକୁ ବୈପାରିଗୁଡା ବନାଞ୍ଚଳ କାର୍ଯ୍ୟାଳୟରେ ବନବିଭାଗକୁ ହସ୍ତାନ୍ତର କରିଥିଲେ। ବୈପାରିଗୁଡା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅଜଗର ସାପଟିକୁ କୋଟା ଛକ ନିକଟସ୍ଥ ମଧୁବନରେ ଛଡ଼ାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ତୁଟିଲା ବିବାଦ : ଏକାଠି ରହିବେ ହ୍ୟୁମାନ ସାଗର ଓ ଶ୍ରୀୟା

Mon Jan 30 , 2023
କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପାରିବାରିକ ବିବାଦର ସମାଧାନ ହୋଇଛି। ଏନେଇ ଏସପି ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଉ କିଛି ଦିନ ପରେ ଶ୍ରୀୟା ମିଶ୍ର ଆସି ସ୍ବାମୀ ହ୍ୟୁମାନ ସାଗରଙ୍କ ଘରେ ରହିବେ। ଏଣେ ଶ୍ରୀୟା ବି କହିଛନ୍ତି ଯେ ସେ ସ୍ବାମୀ ହ୍ୟୁମାନ ସାଗରଙ୍କ ସହ ରହିବେ। ହ୍ୟୁମାନ ସାଗର ଓ ତାଙ୍କ ମା ବି ସମାନ […]
ଏକାଠି ରହିବେ ଦମ୍ପତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial