ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ : ଗାଁ ମଶାଣିରେ ଶେଷକୃତ୍ୟ ସଂପନ୍ନ, ସାନଭାଇ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ଲୀନ ହେଲେ ସହିଦ୍ ଦେବାଶିଷ

ସାକ୍ଷୀଗୋପାଳ: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ ଶନିବାର ଅପରାହ୍ନ ସାଢ଼େ ୨ଟା ପଞ୍ଚଭୂତରେ ଲୀନ ହୋଇଛନ୍ତି। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ମରଶରୀରରେ ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି।
ଏହି ଅବସରରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବିଧାୟକ ପ୍ରାସଦ ହରିଚନ୍ଦନ, ରମାରଂଜନ ବଳିୟାରସିଂହ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସନ୍ଦୀପ ପାତ୍ର, ବିଜେପି ନେତା ସନ୍ଦୀପ ପାତ୍ର, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆର୍ମି ଅଧିକାରୀ ରାହୁଲ ବସନ୍ତ କୁଣ୍ଡାଲକର, ସୁନୀଲ କୁମାର ସାମଲ, ବିଜୟ କୁମାର ସାହୁ, ଦିବ୍ୟେଶ କୁମାର ସ୍ୱାଇଁ ଓ ସୁଶୀଲ ମିନହାସ ସାମିଲ ହୋଇଥିଲେ। ପ୍ରଶାସନ ତରଫରୁ ଏଡିଏମ୍‌ ଦିଲ୍ଲୀପ କୁମାର ମହାପାତ୍ର, ତହସିଲଦାର ଜୟନ୍ତ କୁମାର ଜୟସିଂହ, ବିଡିଓ ଲୋଚନ ଦାସ, ଅତିରିକ୍ତ ଏସ୍‌ପି ମିହିର ପଣ୍ଡା, ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ବିଜୟ କେତନ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଅନ୍ତିମ ସଂସ୍କାର ପୂର୍ବରୁ ୬କିଲୋମିଟର ପର୍ଯ୍ୟନ୍ତ ଏକ ଶୋକଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା, ଯେଉଥିରେ କି ୫୦୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀରରେ ଗୁରୁବାର ଅପରାହ୍‌ଣ ସମୟରେ ସେନାର ଗାଡ଼ି ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ସମେତ ୫ ଜଣ (ଅନ୍ୟ ୪ ଜଣ ପଞ୍ଜାବର) ସହିଦ ହୋଇଥିଲେ। ଆଜି ସକାଳେ ଦେବାଶିଷଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଏଠାରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ରଙ୍କ ସମେତ ବହୁ ରାଜନେତା ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଭୁବନେଶ୍ୱର ବିମାନବନ୍ଦରରେ ସହିଦ ଦେବାଶି‌ଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ମଧ୍ୟ ଉପସ୍ଥିତ ଥଲେ। ଏବେ ତାଙ୍କ ପାର୍ଥିବ ଶରୀରକୁ ଜନ୍ମମାଟି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅଳୁଗୁମ ପଞ୍ଚାୟତ ଖଣ୍ଡାୟତସାହିକୁ ନିଆଯାଇଥିଲା।

Share Now:

Kalinga News Beuro

Next Post

ଜି-୨୦ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ : ଭୁବନେଶ୍ୱର ଡିସିପି

Sat Apr 22 , 2023
ଭୁବନେଶ୍ୱର: ଜି-୨୦ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ୨ ଜଣ ଡିସିପି ରାଙ୍କ ଅଫିସର, ୫ ଜଣ ଅତିରିକ୍ତ ଡିସିପି ରାଙ୍କ ଅଫିସର,୧୧ ଏସିପି ,୨୫ ଇନ୍ସପେକ୍ଟର,୧୨୫ ଏସଆଇ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହା କହିଛନ୍ତି। ରବବାର (୨୦୨୩ ଏପ୍ରିଲ ୨୩) ଠାରୁ ଜି୨୦ ସମ୍ମିଳନୀ ଭୁବନେଶ୍ୱରରେ ଆରମ୍ଭ ହେବ। ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସେମିନାର […]
ଭୁବନେଶ୍ୱର ଡିସିପି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial