ଜି-୨୦ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ : ଭୁବନେଶ୍ୱର ଡିସିପି

ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ଜି-୨୦ ସମ୍ମିଳନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ। ୨ ଜଣ ଡିସିପି ରାଙ୍କ ଅଫିସର, ୫ ଜଣ ଅତିରିକ୍ତ ଡିସିପି ରାଙ୍କ ଅଫିସର,୧୧ ଏସିପି ,୨୫ ଇନ୍ସପେକ୍ଟର,୧୨୫ ଏସଆଇ ସହ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହା କହିଛନ୍ତି। ରବବାର (୨୦୨୩ ଏପ୍ରିଲ ୨୩) ଠାରୁ ଜି୨୦ ସମ୍ମିଳନୀ ଭୁବନେଶ୍ୱରରେ ଆରମ୍ଭ ହେବ। ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ସେମିନାର ଓ ବୈଠକ ଅନୁଷ୍ଠିତ ହେବ। ଜି୨୦ ବୈଠକ ପାଇଁ କମିସନରେଟ ପୁଲିସ କେନ୍ଦୀୟ ସୁରକ୍ଷା ସଂସ୍ଥା ସହ ଯୋଗାଯୋଗରେ ରହିଛି। ଦେଶ ଗୁଡିକର ଡେଲିଗେଟଙ୍କ ପାହ୍ୟା ଅନୁସାରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିମାନବନ୍ଦର, ହୋଟେଲ, ବୈଠକସ୍ଥଳୀ ଓ ଗମନାଗମନ ପାଇଁ ୪ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅସ୍ଥାୟୀ କଣ୍ଟ୍ରୋଲ ରୁମରୁ ମନିଟରିଙ୍ଗ କରାଯିବ। ସିସିଟିଭି ଗୁଡିକ ଉପରେ କଡା ନଜର ରଖାଯାଇଛି। ସମସ୍ତ ଦେଶର ଅତିଥିଙ୍କୁ ପାଇଲଟ ପ୍ରୋଟେକ୍ସନ ଗାଡ଼ିରେ ନିଆଯିବ। ବୈଠକ ସ୍ଥାନରେ ଦୁଇ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅନୁମତି ନ ଥିବା ଲୋକଙ୍କୁ ବୈଠକ ଭିତରକୁ ଯିବାକୁ ମନା କରାଯାଇଛି। ୬ଟି ଜାଗାରେ ନାକା ଚେକିଂ କରାଯିବ।
ଡିସିପି କହିଛନ୍ତି କେନ୍ଦ୍ରୀୟ ଜି୨୦ ଟିମ ସହ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି। ତାଙ୍କ ପରାମର୍ଶକୁ ଗ୍ରହଣ କରାଯାଇଛି। କୌଣସି ଡେଲିଗେଟ କିପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାକୁ ଗୁରୁତ୍ୱ ଦିଆଯିବ। ଭିଭିଆଇପିଙ୍କ ପାଇଁ ସିକ୍ୟୁରୁଟି ଅଫିସର ଦିଆଯିବ। ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଟିମ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ପାଇଁ ମୁତୟନ ରହିବେ। ୨ ୟୁନିଟ ସ୍ପେଶାଲ ଟେକ୍ନିକାଲ ଟିମ ମୁତୟନ ରହିବେ।

Share Now:

Kalinga News Beuro

Next Post

ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି : ମା’ ସୋନିଆଙ୍କ ବଙ୍ଗଳାକୁ ବୁହାହେଲା ଆସବାବପତ୍ର

Sat Apr 22 , 2023
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା(୧୨, ତୁଗଲକ୍ ଲେନ୍) ଛାଡିଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ଓ ଅନ୍ୟ ସାମଗ୍ରୀକୁ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)କୁ ସ୍ଥାନାନ୍ତର କରାଯାଇଛି। ଆଉ ରାହୁଲ ନିଜ ମା’ଙ୍କ ପାଖକୁ ଚାଲିଯାଇଛନ୍ତି। ସେହିପରି ସରକାରୀ ବଙ୍ଗଳା ଖାଲି କରିବା ପରେ ଏହାର ଚାବି ସେ ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର ମଧ୍ୟ କରିଛନ୍ତି। […]
ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial