ଦେବଝରଣ ଜଳପ୍ରପାତରେ ଶାନ୍ତି ହୋମ

ଦେବଝରଣ ଜଳପ୍ରପାତରେ ଶାନ୍ତି ହୋମ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତରେ ଥିବା ପର୍ଯ୍ୟଟନ କ୍ଷେତ୍ର ଦେବଝରଣ ଜଳପ୍ରପାତରେ ସୋମବାର ଜନ୍ମାଷ୍ଟମୀ ଅବସରରେ ଶାନ୍ତି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି କାମନା କରି ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିରେ କର୍ତ୍ତା ଭାବେ ମଞ୍ଚର ଆବାହକ ଅରୁଣ ଦେହୁରୀ ଓ ପୂଜକ ଭାବେ ଶ୍ରୀକାନ୍ତ ପାଣିଗ୍ରାହୀ ଦାୟିତ୍ବ ତୁଲାଇଥିଲେ। ମଞ୍ଚର କର୍ମକର୍ତ୍ତା ଆଇନଜୀବୀ ସଞ୍ଜୟ ବିଶ୍ୱାଳ, ଗୌତମ ପ୍ରଧାନ, ମୋତିଲାଲ ରଣା, ଦିଲ୍ଲୀ ବେହେରା, ରମଣୀ ଭୋଇ, ଯୋଗେନ୍ଦ୍ର ଭୋଇ, ହେମନ୍ତ ବାଙ୍କ, ମନୋଜ ମିର୍ଦ୍ଧାଙ୍କ ସମେତ ଗଇଲଗୁଡ଼ି ଓ ତାଳଝରଣର ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଅବସରରେ ଜଳପ୍ରପାତରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଭାବେ ‘ଗ୍ରିନ୍‌ ଦେବଝରଣ, କ୍ଲିନ୍‌ ଦେବଝରଣ’ ଯୋଜନା ହାତକୁ ନିଆଯାଇଥିଲା।

Share Now:

Kalinga News Beuro

Next Post

ଗଣମାଧ୍ୟମ ନାଁରେ ମାଳମାଳ ଲୁଟେରା : ସାମ୍ବାଦିକଙ୍କ ନାମରେ କଳଙ୍କ

Mon Aug 30 , 2021
ଭୁବନେଶ୍ବର : ୱେବ୍‌ ପୋର୍ଟାଲ୍‌ର ନାଁ ଲାଇଭ୍‌ କଳିଙ୍ଗ ନିଉଜ୍‌(ଏଲ୍‌କେଏନ୍‌)। ପୁଣି ଆକର୍ଷଣୀୟ ଟ୍ୟାଗ୍‌ ଲାଇନ୍‌ ‘ବିଶ୍ବାସ ଓଡ଼ିଶାର’। ତେବେ ଏଇଟି ଥିଲା କେବଳ ଖୋଳପା। ଭିତରେ ଥିଲା ଭୟଙ୍କର କଳଙ୍କିତ ଚରିତ୍ର। ଗଣମାଧ୍ୟମକୁ ଢ଼ାଲ କରି ଚାଲିଥିଲା ଲୁଟ୍‌ତରାଜ। ସାଧରରଣ ଲୋକଙ୍କ ବିଶ୍ବାସ ନାଁରେ ଚାଲିଥିଲା ଅବିଶ୍ବସନୀୟ ଭୟଙ୍କର କାଣ୍ଡ। ଷ୍ଟୁଡିଓ ପାଲଟିଥିଲା ଲୁଟେରାଙ୍କ ଆଡ଼ା। ଅପହରଣ କରି ଦାଦାବଟି ଆଦାୟ କରାଯାଉଥିଲା। ବଟି ଆଦାୟ ପାଇଁ ଅପହୃତଙ୍କ […]
ଗଣମାଧ୍ୟମ ଖୋଳପା‌ରେ ମାଳମାଳ ଲୁଟେରା

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial