ସହରମୁହାଁ ୨୨ ଟିକିଆ ହାତୀପଲ : ଟ୍ରେନ ଚଳାଚଳରେ ହାଇଆଲର୍ଟ

ସହରମୁହାଁ ୨୨ ଟିକିଆ ହାତୀପଲ

ରାଉରକେଲା: ଗ୍ରାମାଞ୍ଚଳ ଛାଡ଼ି ହାତୀପଲ ଏବେ ସହର ମୁହାଁ। ଆଜି ଏକ ହାତୀପଲ ରାଉରକେଲା ନିକଟ ବନ୍ଧମୁଣ୍ଡାରେ ଡେରା ପକାଇଛନ୍ତି। ଏହି ୨୨ ଟିକିଆ ହାତୀ ଦଳ ଏବେ ବନ୍ଧମୁଣ୍ଡା ‘ଡି’ କେବିନ ନିକଟ ଆର କେବିନ ସମୁଖ ଟ୍ରେନ ଲାଇନ କଡ଼ରେ ଅଛନ୍ତି। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲ ଉପରେ ନଜର ରଖିଛନ୍ତି। ଉକ୍ତ ଅଞ୍ଚଳରେ ଲୋକମାନଙ୍କ ଯିବାଆସିବା ବନ୍ଦ ରଖାଯାଇଛି। ହାତୀ ପଲ ରେଳ ଲାଇନ ନିକଟରେ ଥିବାରୁ ଟ୍ରେନ ଚଳାଚଳ ଉପରେ ହାଇ ଆଲର୍ଟ କରାଯାଇଛି। ଗତକାଲି ରାତିରୁ ଏହି ହାତୀ ଦଳ ସେଠାରେ ଡେରା ପକାଇଛନ୍ତି। ଏବେ ବନ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ସତର୍କତାର ସହ ହାତୀ ପଲକୁ ଟ୍ରେନ ଲାଇନ ପାର କରାଉଛନ୍ତି। ହାତୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସୂଚନାଯୋଗ୍ୟ, ଗତ ୨୧ ତାରିଖ ରାତିରେ ଏକ ୧୭ ଟିକିଆ ହାତୀ ଦଳ ବନ୍ଧମୁଣ୍ଡା ନିକଟ ଦେଇ କ୍ରସ କରିଥିଲେ। ବନ୍ଧମୁଣ୍ଡା ଅଞ୍ଚଳରେ ହାତୀପଲ ଯାତାୟତ ବୃଦ୍ଧି ପାଇଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

Share Now:

Kalinga News Beuro

Next Post

ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ : ୪୦ ରୁଷ ସୈନ୍ୟ ମୃତ

Tue Oct 25 , 2022
କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି। ଏହା ଦ୍ୱାରା ରୁଷପକ୍ଷର ଅନେକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ଦାବି କରିଛି। ଏସବୁ ଆକ୍ରମଣ ରୁଷର ମୋର୍ଟାର […]
ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial