ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ କଲା ୟୁକ୍ରେନ : ୪୦ ରୁଷ ସୈନ୍ୟ ମୃତ

ରୁଷର ଓସା ମିସାଇଲ ସିଷ୍ଟମ ଧ୍ବଂସ

କିବ୍ : ୟୁକ୍ରେନ ଉପରେ ରୁଷ ପ୍ରବଳ ଆକ୍ରମଣ ଚଳାଇଥିବାବେଳେ ୟୁକ୍ରେନ ସେନା ବି ତାହାର କଡ଼ା ଜବାବ ଦେଇଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୟୁକ୍ରେନର ସଶସ୍ତ୍ର ବାହିନୀର କ୍ଷେପଣାସ୍ତ୍ର ଏବଂ ଆର୍ଟିଲିରୀ ୟୁନିଟ୍ ଦକ୍ଷିଣ ଦିଗରେ ଶତ୍ରୁ ସ୍ଥିତିକୁ ଲକ୍ଷ୍ୟ କରି ୨୪୬ ଟି ରକେଟ୍ ନିକ୍ଷେପ କରିଛି। ଏହା ଦ୍ୱାରା ରୁଷପକ୍ଷର ଅନେକ କ୍ଷୟକ୍ଷତି ହୋଇଥିବା ୟୁକ୍ରେନ ଦାବି କରିଛି। ଏସବୁ ଆକ୍ରମଣ ରୁଷର ମୋର୍ଟାର ଓ ଆର୍ଟିଲାରି ସିଷ୍ଟମକୁ ଲକ୍ଷ୍ୟ କରି କରାଯାଇଛି। ୟୁକ୍ରେନ ସେନାର ଏହି ଆକ୍ରମଣ ଦ୍ୱାରା ରୁଷର ୩ଟି ଟ୍ୟାଙ୍କ, ଓସା ମିସାଇଲ ସିଷ୍ଟମ, ୬ଟି ଯୁଦ୍ଧଯାନ ସମେତ ୪୦ ଜଣ ରୁଷ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ବେରିସ୍ଲାଭ ଓ କାଖୋଭକା ଜିଲ୍ଲାରେ ଥିବା ଗୋଳାବାରୁଦ ଡିପୋ ନଷ୍ଟ ହୋଇଯାଇଛି। ୬ ଟି ଟ୍ୟାଙ୍କ ସାମାନ୍ୟ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ୟୁକ୍ରେନର ସମ୍ବାଦ ସରବରାହ ସଂସ୍ଥା ୟୁକ୍ରେନିନଫର୍ମ କହିଛି। ଅନ୍ୟପକ୍ଷରେ ୟୁକ୍ରେନର ବିଦ୍ୟୁତ କେନ୍ଦ୍ର ଉପରେ ରୁଷର ଆକ୍ରମଣ ଜାରି ରହିଛି। ଏପରିକି ରୁଷ ପକ୍ଷରୁ ୟୁକ୍ରେନର ସୋଲାର ପ୍ଲାଣ୍ଟଗୁଡିକ ଉପରେ ବି ଆକ୍ରମଣ କରାୟାଉଛି। ୟୁକ୍ରେନ ପକ୍ଷରୁ ଆମେରିକା ପ୍ରଦତ୍ତ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ ଉପରେ ଆକ୍ରମଣ କରାଯାଉଥିବାରୁ ବିଦ୍ୟୁତ କେନ୍ଦ୍ର ଉପରେ ଆକ୍ରମଣ କରି ୟୁକ୍ରେନର ଯୋଗାଯୋଗ ବ୍ୟବସ୍ଥା ଓ ଆକ୍ରମଣ କ୍ଷମତାକୁ ହ୍ରାସ କରିବାକୁ ଉଦ୍ୟମ କରୁଛି। ରୁଷ ଦ୍ୱାରା ଦକ୍ଷିଣ ୟୁକ୍ରେନର ଅଧିକୃତ ଅଞ୍ଚଳକୁ ଛଡ଼ାଇବାକୁ ୟୁକ୍ରେନ ସେନା ପ୍ରବଳ ପ୍ରତିଆକ୍ରମଣ କରିଚାଲିଛି। ତେବେ ଏ ନେଇ ସଫଳତା ମିଳିପାରିନାହିଁ।

Share Now:

Kalinga News Beuro

Next Post

ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ: ଶଶୁର ଓ ସ୍ବାମୀ ଫେରାର

Tue Oct 25 , 2022
ଭୁବନେଶ୍ୱର: ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଜଡ଼ିତ ବୋଲି କୁହାଯାଉଥିବା ଶଶୁର ଓ ସ୍ବାମୀ ଫେରାର ଥିବାର ସୂଚନା ମିଳିଛି। ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପୁଅ ପ୍ରବୀଣ ଚନ୍ଦ୍ର ନାୟକ ପୂର୍ବରୁ ମାଇନ୍ସରେ କାମ କରୁଥିଲେ ବୋଲି ପୁଅଘର ଲୋକ କହିଥିଲେ। କିନ୍ତୁ ସେ ପାଣି […]
ନବବଧୂ ହତ୍ୟା ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial