ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ: ଶଶୁର ଓ ସ୍ବାମୀ ଫେରାର

ନବବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଜଡ଼ିତ ବୋଲି କୁହାଯାଉଥିବା ଶଶୁର ଓ ସ୍ବାମୀ ଫେରାର ଥିବାର ସୂଚନା ମିଳିଛି। ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପୁଅ ପ୍ରବୀଣ ଚନ୍ଦ୍ର ନାୟକ ପୂର୍ବରୁ ମାଇନ୍ସରେ କାମ କରୁଥିଲେ ବୋଲି ପୁଅଘର ଲୋକ କହିଥିଲେ। କିନ୍ତୁ ସେ ପାଣି ଫ୍ୟାକ୍ଟ୍ରି କରିଥିବା ବେଳେ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ। ସେମାନେ ଭୁବନେଶ୍ୱର କଳିଙ୍ଗ ନଗର କେ ନାଇନରେ ଭଡ଼ା ଘରେ ରହୁଥିଲେ।
ଗତକାଲି ଦୀପାବଳି ଥିବା ବେଳେ ହଠାତ ରାତି ୧୧ଟା ବେଳେ ଫୋନ ଆସିଲା। ତମ ଝିଅ ଦେହ ଭଲ ନାହିଁ କହିଲେ ଶାଶୁଘର ଲୋକ। ଆଉ ଶାଶୁ ଘର ଲୋକ ଝିଅର ମୃତଦେହ ଦଉଡ଼ିରୁ ଫିଟାଇ ଏମ୍ସ ନେଇ ଆସିଥିଲେ। ଏପଟେ ନିଆଳିରୁ ବାପଘର ଲୋକେ ଆସିଲା ବେଳକୁ ଏମ୍ସରେ କିନ୍ତୁ ଶାଶୁ ଶଶୁର ସେ ପର୍ଯ୍ୟନ୍ତ ଆସି ପାରିନଥିଲେ। ତେଣୁ ଝିଅକୁ ମାରିଦେଇ ଘରୁ ସବୁ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ମୃତ ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତ। ଏପଟେ କାଲି ରାତିରେ ପୁଲିସ ଆସିବା ପରଠୁ କେବଳ ଶାଶୁ ହସ୍ପିଟାଲରେ ଅଛନ୍ତି, କିନ୍ତୁ ଶଶୁର ଆଉ ଜ୍ୱାଇଁ ନାହାନ୍ତି। ତେବେ ଝିଅକୁ ଚାକିରି କରି ପଇସା ଦେବାକୁ ବାଧ୍ୟ କରୁଥିଲେ ବୋଲି ମଧ୍ୟ ପରିବାର ଲୋକ କହିଛନ୍ତି।

Share Now:

Kalinga News Beuro

Next Post

ରାଜଧାନୀରେ ବଢ଼ୁଛି ନିଶା ମାଫିଆଙ୍କ କାୟା : ଗନ୍ତାଘରେ ପହଞ୍ଚିପାରୁନି ପୁଲିସ

Tue Oct 25 , 2022
ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା ମାଫିଆ ନିଜର କାୟା ବିସ୍ତାର କରିଚାଲିଛନ୍ତି। ରାଜଧାନୀ ନିଶା ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି। ନିଶା ମାଫିଆମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡ଼କ ଭାବେ ନିଶା କାରବାର ଚଳାଇଛନ୍ତି। ବ୍ରାଉନ୍‌ସୁଗାର ବେପାର ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଚଢ଼ଉକୁ ଜୋରଦାର କରୁଛି ବୋଲି କେବଳ କଥାରେ କହୁଛି ସିନା କିନ୍ତୁ ଅସଲରେ ରାଜଧାନୀକୁ କିଲୋ କିଲୋ ଓଜନର ବ୍ରାଉନ୍‌ସୁଗାର ଆସୁଛି। […]
ରାଜଧାନୀରେ ବଢ଼ୁଛି ନିଶା ମାଫିଆଙ୍କ କାୟା

ଆହୁରି ପଢ଼ନ୍ତୁ