ମାଛଧରାକୁ କେନ୍ଦ୍ରକରି ୨ଗୋଷ୍ଠୀ ମଧ୍ୟରେ ବୋମାମାଡ଼

ମାଛଧରାକୁ କେନ୍ଦ୍ରକରି ୨ଗୋଷ୍ଠୀ ମଧ୍ୟରେ ବୋମାମାଡ଼

ପୁରୀ: ମାଛଧରାକୁ କେନ୍ଦ୍ରକରି କଣାସ ବ୍ଲକ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ନଇକୁଳ ପାଟଣାରେ ଅଭାବନୀୟ ଘଟଣା ଘଟିଛି। ମାଛ ଧରାକୁ କେନ୍ଦ୍ର କରି ୨ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କିଛି କ୍ଷୟକ୍ଷତିର ହୋଇନାହିଁ। ସୂଚନାଯୋଗ୍ୟ, କଣାସ ବ୍ଲକର ଦୟାନଦୀରେ ମାଛଧରାକୁ କେନ୍ଦ୍ରକରି ନଦୀ କୂଳର ଉଭୟ ପାର୍ଶ୍ବରେ ଥିବା ନଇକୂଳ ପାଟଣା ଓ ଜାଗୁଳେଇପଦର ଗାଁ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ଉଭୟପଟୁ ଘନ ଘନ ବୋମା ମାଡ଼ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଥିଲା। ଗଡ଼ିଶାଗଦା ପୁଲିସ ଆଇଆଇସି ବି ଘଟଣାସ୍ଥଳରେ ପହଁଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ମୋବାମାଡ଼ରେ ୫ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ କଣାସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share Now:

Kalinga News Beuro

Next Post

ପୁରୀ ଢାଞ୍ଚାରେ ୯ ମାସ ପରେ ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

Sun Dec 27 , 2020
ଆଜି ଦର୍ଶନ କରୁଛନ୍ତି ସେବାୟତ ଓ ସେମାନଙ୍କ ପରିବାର ପୁରୁଣା ଭୁବନେଶ୍ବର: ଦୀର୍ଘ ୯ ମାସ ପରେ ଆଜି (ରବିବାର) ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛି। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଆଜିଠାରୁ ଖୋଲିଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ହେଲେ ଆଜି କେବଳ ସେବାୟତଙ୍କ ପାଇଁ ଖୋଲିଛି ଲିଙ୍ଗରାଜ ମନ୍ଦିର। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପ୍ରଥମେ ଦର୍ଶନ କରୁଛନ୍ତି କେବଳ ସେବାୟତ ଓ ସେମାନଙ୍କ ପରିବାର। ଆଜିଠାରୁ ଆଗାମୀ […]
ଖୋଲିଲା ଶ୍ରୀଲିଙ୍ଗରାଜ ମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial