ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗରେ ଓଡିଏ କୋର୍ଟରେ ଶୁଣାଣି : ମଞ୍ଜୁରି ସର୍ତ୍ତ ମୁତାବକ ପ୍ଲାନ୍ ବାତିଲ୍‌

ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ପ୍ରସଙ୍ଗ

ଭୁବନେଶ୍ୱର: ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ ନିର୍ମାଣ ପ୍ରସଙ୍ଗରେ ସମ୍ପୃକ୍ତ ବିଲଡରଙ୍କୁ ଝଟ୍‌କା ଲାଗିଛି। ବିଡିଏ ପ୍ଲାନ୍‌ ‌ଦେବା ବେଳେ ରଖିଥିବା ସର୍ତ୍ତ ମୁତାବକ ସମ୍ପୃକ୍ତ ଆପାର୍ଟମେଣ୍ଟର ପ୍ଲାନ୍‌ ଆପେ ବାତିଲ ହୋଇଯାଇଛି। ଯେକୌଣସି ମୂହୁର୍ତ୍ତରେ ଜମିକୁ ନେଇ ବିବାଦ ଉଠିଲେ ବା ଜମିର କିସମ ବଦଳିଲେ ପ୍ଲାନ୍‌ ଆପେ ବାତିଲ ହୋଇଯିବ ବୋଲି ଉଲ୍ଲେଖ ଥିବାରୁ ୨୦୧୦ ମସିହାରେ ନିଆ ଯାଇଥିବା ୪ ମହଲା ଓ ୨୦୧୪ ମସିହାରେ ନିଆଯାଇଥିବା ୫ ମହଲା ବିଲ୍ଡିଂ ପ୍ଲାନ୍‌ ବାତିଲ ହୋଇଛି। ଆଜି ବିଡିଏର ଓଡିଏ କୋର୍ଟରେ ହୋଇଥିବା ଶୁଣାଣିରେ ଏଭଳି ତଥ୍ୟ ପଦାକୁ ଆସିଛି। ତେବେ ଜଙ୍ଗଲ ଜମି ଘୋଷଣା ହେବା ଘଟଣାକୁ ୮ବର୍ଷ ବିତିଥିଲେ ମଧ୍ୟ ବିଡିଏ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହିଁ ସେ ନେଇ ପ୍ରଶ୍ନ ଉଠିଛି। କେତେକ ଅଧିକାରୀ ମୋଟା ଅଙ୍କର ହାତଗୁଞ୍ଜା ନେଇ ବିଲଡରଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନା ମୁତାବକ, ଜଙ୍ଗଲ ଜମିର କିସମକୁ ନେଇ ମାମଲା ଆରଡିସିଙ୍କ କୋର୍ଟରେ ପହଞ୍ଚିଥିଲା। ହେଲେ ଆରଡିସି ମଧ୍ୟ ଜଙ୍ଗଲ ଜମି କିସମ ବଦଳାଇବା ସପକ୍ଷରେ ନଥିଲେ। ବରଂ ସମ୍ପୃକ୍ତ ଆବେଦନକାରୀ କେନ୍ଦ୍ର ସରକାରଙ୍କ ନିକଟରେ ଜଙ୍ଗଲ ଜମିର କିସମ ବଦଳାଇବା ପାଇଁ ଆବେଦନ କରନ୍ତୁ ବୋଲି ରାୟ ଶୁଣାଇଛନ୍ତି। ତା’ ସହିତ କିସମ ଜଙ୍ଗଲ ଥିବା ପର୍ଯ୍ୟନ୍ତ କୌଣସି ନିର୍ମାଣ ହୋଇ ପାରିବ ନାହିଁ ବା‌ ନିର୍ମାଣ ହୋଇଥିଲେ ତାହା ବେଆଇନ ବୋଲି ଧରାଯିବା ସ୍ପଷ୍ଟ କରିଛନ୍ତି।
ଏଣେ ସମ୍ପୃକ୍ତ ବିଲଡର ଅଧିକ ଜମି ମାଡ଼ି ବସିଛନ୍ତି ବୋଲି ଅଭିଯୋଗ ହେବା ପରେ ଦୁଇ ଦୁଇ ଥର ‘ଜଏଣ୍ଟ ଭେରିଫିକେସନ’ ହୋଇଛି। ଉଭୟ ମାପଚୁପରେ ସମ୍ପୃକ୍ତ ବିଲଡର ସରକାରୀ ଜମି ମାଡ଼ି ବସିଥିବା ଗୋଟିଏ ପ୍ରକାରର ରିପୋର୍ଟ ହୋଇଛି। ୨୦୧୫ ମସିହା ଜାନୁଆରି ୧୬ ତାରିଖରେ ହୋଇଥିବା ଶେଷ ମାପଚୁପରେ ସାମ୍ନାରେ ୧୭ ଫୁଟ, ପଛରେ ୪୧ ଫୁଟ୍‌ ଓ ବାମ ଓ ଦକ୍ଷିଣ ପାର୍ଶ୍ଵରେ ୨୦ ଫୁଟ୍‌ରୁ ଅଧିକା ସରକାରୀ ଜମି ସମ୍ପୃକ୍ତ ବିଲଡରଙ୍କ କବ୍‌ଜାରେ ରହିଛି। ଯେଉଁଥିପାଇଁ ପ୍ଲାନ୍‌ ବାତିଲ କରିବାକୁ ଓଡିଏ କୋର୍ଟ ପ୍ଲାନିଂ ସଦସ୍ୟଙ୍କୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ବର୍ଷ ବର୍ଷ ଧରି କାର୍ଯ୍ୟାନୁ‌ଷ୍ଠାନ ହେଉ ନାହିଁ। ଆଜି ଶୁଣାଣି ବେଳେ ଓକିଲଙ୍କ ଜରିଆରେ ହାଜର ହୋଇଥିବା ସମ୍ପୃକ୍ତ ବିଲଡର କୋର୍ଟକୁ ଚାଲେଞ୍ଜ କରିଥିଲେ। ‘ଏହା କୋର୍ଟ ନୁହେଁ, ଆମେ ୱାକାଲତ୍‌ନାମା କାହିଁକି ଦାଖଲ କରିବୁ’ ବୋଲି କହିଥିଲେ। କୋର୍ଟର ଅଧିକୃତ ଅଧିକାରୀ କହିଛନ୍ତି, ଏଭଳି କହି ସମ୍ପୃକ୍ତ ବିଲଡର କୋର୍ଟର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି। ତାଙ୍କ ପକ୍ଷ ରଖିବା ପାଇଁ ତାଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଛି। ଏବେ ମାମଲାର ବିଚାର ଚାଲିଛି।
ସୂଚନାଯୋଗ୍ୟ, ଭୁବନେଶ୍ୱର ତହସିଲ ଅଧୀନ ପଥରଗାଡ଼ିଆ ମୌଜାର ସାବିକ ଖାତା ନମ୍ବର ୩୨୫/୨୮ର ପ୍ଲଟ ନମ୍ବର ୧୨୮୬/୧୬୧୯ରେ ଜେଜେ ଭାଟିକା ଆପାର୍ଟମେଣ୍ଟ ତିଆରି ହୋଇଛି। ‘ହାଲ୍‌’ରେ ଏହା ୭ଟି ପ୍ଲଟ୍‌(୫୭୨୦, ୫୭୨୧, ୫୭୨୨, ୫୭୨୩, ୫୭୨୪, ୫୭୨୫ ଓ ୫୭୨୬)ରେ ଭାଗ ଭାଗ କରାଯାଇଛି। ୨୦୧୩ ମସିହାରେ ତତ୍‌କାଳୀନ ତହସିଲଦାର ସ୍ୱତ୍ୱ ‘ଲିଜ୍‌’ ଥିଲେ ମଧ୍ୟ ଅମିନ ଓ ଆର୍‌ଆଇ ରିପୋର୍ଟ ଆଧାରରେ ସ୍ୱତ୍ୱ ବଦଳାଇ ସ୍ଥିତିବାନ ବୋଲି ଲେଖିଦେଲେ। ଏଣୁ ଜଙ୍ଗଲ କିସମ ଥିଲେ ମଧ୍ୟ ସ୍ୱତ୍ୱ ଆଧାରରେ ଏହାକୁ ଘରବାରି କରି ଦିଆଗଲା। ଦୁଇ ଥର ବିଡିଏ ଏହାର ପ୍ଲାନ୍‌ ମଞ୍ଜୁର କରିଥିଲା। କିନ୍ତୁ ଯେ କୌଣସି ସମୟରେ ଏହି କିସମ ନେଇ ବିବାଦ ହେଲେ ପ୍ଲାନ୍‌ ବାତିଲ ହେବ ବୋଲି ସର୍ତ୍ତ ରଖିଥିଲା।

Share Now:

Kalinga News Beuro

Next Post

ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ନିଖୋଜ ଲୋକର ମୃତଦେହ ଉଦ୍ଧାର

Thu May 25 , 2023
ଚିତ୍ରକୋଣ୍ଡା: ପୁଣି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନିଖୋଜ ହୋଇଥିବା ଲୋକର ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ ଲୋକର ମୃତଦେହକୁ ଠାବ କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ କୃପା। ସେ ନିଖୋଜ ଥିଲେ। ଏ ସମ୍ପର୍କରେ ଆଜି ସକାଳୁ ପ୍ରଶାସନର ବିଡ଼ିଓ, ଦମକଳ ବାହିନୀ ଖବର ପାଇ ଉଦ୍ଧାର ଅପରେସନ ଆରମ୍ଭ […]
ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial