ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା : ନିଖୋଜ ଲୋକର ମୃତଦେହ ଉଦ୍ଧାର

ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡ଼ି ଘଟଣା

ଚିତ୍ରକୋଣ୍ଡା: ପୁଣି ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ନିଖୋଜ ହୋଇଥିବା ଲୋକର ମୃତଦେହ ଆଜି ଉଦ୍ଧାର ହୋଇଛି। ଅଗ୍ନିଶମ ବାହିନୀ ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ ଲୋକର ମୃତଦେହକୁ ଠାବ କରିଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ କୃପା। ସେ ନିଖୋଜ ଥିଲେ। ଏ ସମ୍ପର୍କରେ ଆଜି ସକାଳୁ ପ୍ରଶାସନର ବିଡ଼ିଓ, ଦମକଳ ବାହିନୀ ଖବର ପାଇ ଉଦ୍ଧାର ଅପରେସନ ଆରମ୍ଭ କରିଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ କୃପାକୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କରୁକୋଣ୍ଡା ବ୍ଳକର ନାକାମାମୁଡି ପଞ୍ଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ତିନିଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଭୀଷଣ ପବନ ଓ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଓଲଟି ଯିବାରୁ ଡଙ୍ଗାରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ। ତେବେ ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ଦୁଇଜଣ କୌଶଳ କ୍ରମେ ପହଁରି ପହଁରି କୂଳକୁ ପହଞ୍ଚିଥିବା ବେଳେ କୃପା ନିଖୋଜ ଥିବା ଜଣାପଡିଥିଲା।

Share Now:

Kalinga News Beuro

Next Post

ବିଜ୍ଞାନର ମୂଳତତ୍ତ୍ୱ ବେଦରୁ ଆରମ୍ଭ : ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ

Thu May 25 , 2023
ଭୋପାଳ: ବୀଜ ଗଣିତ, ବର୍ଗମୂଳ, ସମୟର ଧାରଣା, ସ୍ଥାପତ୍ୟ, ବ୍ରହ୍ମାଣ୍ଡର ଆକାର, ଧାତୁ-ଶୋଧନ ଏବଂ ବିମାନଚଳନ ଆଦି ପ୍ରସଙ୍ଗ ପ୍ରଥମେ ବେଦରେ ଥିଲା। କ୍ରମେ ତାହା ଆରବ ଦେଶ ମାଧ୍ୟମରେ ୟୁରୋପକୁ ଯାଇ ପାଶ୍ଚାତ୍ୟ ବୈଜ୍ଞାନିକମାନଙ୍କ ଆବିଷ୍କାର ଭାବେ ପୁନଃଉପସ୍ଥାପନ କରାଯାଇଛି ବୋଲି ବୁଧବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍‌. ସୋମନାଥ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ୟା ହେଲା ସେ ସମୟରେ ଭାତୀୟ ବୈଜ୍ଞାନିକମାନେ ବ୍ୟବହାର କରୁଥିବା […]
ବିଜ୍ଞାନର ମୂଳତତ୍ତ୍ବ ବେଦରୁ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial