ହୋଲିରେ ଅଘଟଣ : ରାସ୍ତାକଡ଼ରେ ଥିବା ଗଛରେ ବାଇକ ପିଟି ଜୀବନ ହରାଇଲେ ୨ ଜଣ

ରୁପ୍ରା : ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫), ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ (ଓଡି୦୩ ୱାଇ ୮୪୯୫)ରେ କୌଣସି କାମରେ ପଲମ ଯାଇ ଘରକୁ ଫେରୁଥିବା ବେଳେ ଘରଠୁଁ କିଛି ଦୂରରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆମ୍ୱୁଲାନ୍ସ ଆସିବା ପରେ ଉଭୟଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଖବର ଲେଖା ହେଲା ବେଳକୁ ଶବ ବ୍ୟବଚ୍ଛେଦ ହୋଇନଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ତେବେ ହୋଲିପର୍ବରେ ସାରା ଅଞ୍ଚଳରେ ଖୁସିର ମାହୋଲ ଥିବାବେଳେ ଆଲିମ୍ ଗ୍ରାମରେ ଉକ୍ତ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

Share Now:

Kalinga News Beuro

Next Post

ଭୁବନେଶ୍ୱରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

Tue Mar 26 , 2024
ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial