ଭୁବନେଶ୍ୱରରେ ୨୦୦ ପାଉଚ୍‌ ଦେଶୀ ମଦ ଜବତ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ମହୁଲି ପାଉଚ ଚାଲାଣ ବେଳେ ମାଡ଼ି ବସିଲା କମିସନରେଟ ପୁଲିସ। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଣପତି ଦାସ। ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନାର ସ୍ୱତନ୍ତ୍ର ଟିମ ଚଢ଼ାଉ କରିବା ସମୟରେ ଗଣପତିଙ୍କ ଠାରୁ ୨୦୦ ଲିଟରରୁ ଅଧିକ ମହୁଲି ପାଉଚ ମିଳିଥିଲା। ବସ୍ତି ବାସିନ୍ଦାଙ୍କୁ ବିକ୍ରି କରିବା ପାଇଁ ଗଣପତି ଦାସ ଏତେ ପରିମାଣର ବେଆଇନ ମହୁଲି ଆଣିଥିଲା। ଗଣପତି ପୂର୍ବରୁ ମଧ୍ୟ ବେଆଇନ ମଦ କାରବାରରେ ଅନେକ ଥର ଗିରଫ ହୋଇ ଜେଲ ଯାଇଛି। ଆଜି ତାକୁ ପୁଣିଥରେ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗଣପତି ବିରୋଧରେ ୧୧୦ ଦଫା ଲଗାଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନା ଅଧିକାରୀ ଅଭିମନ୍ୟୁ ଦାସ।

Share Now:

Kalinga News Beuro

Next Post

ପୂର୍ବ ଶତ୍ରୁତାକୁ ନେଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୪ ଗୁରୁତର

Tue Mar 26 , 2024
ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ମଙ୍ଗଳବାର ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ନାୟକ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial