ପୂର୍ବ ଶତ୍ରୁତାକୁ ନେଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୪ ଗୁରୁତର

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭୋଗଡା ପଞ୍ଚାୟତ ବେଲଅଣ୍ଟା ଗ୍ରାମର ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ମଙ୍ଗଳବାର ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଗୋଟିଏ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅରୁଣ କୁମାର ନାୟକ ଓ ଭାଇଙ୍କ ସମେତ ମୋଟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଗୁରୁତରଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ପକ୍ଷରେ ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ। ବର୍ତ୍ତମାନ ଗ୍ରାମରେ ସ୍ଥାନୀୟ ଏସଡିପିଓ ରବୀନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ପୁଲିସ ଟିମ ମୁତୟନ ଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସର ସୁପ୍ରିୟା ଶ୍ରୀନେତ, ବିଜେପିର ଦିଲ୍ଲୀପ ଘୋଷ

Wed Mar 27 , 2024
ନୂଆଦିଲ୍ଲୀ: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲ୍ଲୀପ ଘୋଷ। ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିସନ। ନିକଟରେ ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ନିର୍ବାଚନ କମିଶନ ସୁପ୍ରିୟା ଶ୍ରୀନେତଙ୍କୁ ନୋଟିସ୍ ପଠାଇଛନ୍ତି। ସେହିପରି ମମତା ବାନାର୍ଜୀଙ୍କ ଉପରେ ଘୋଷ ମନ୍ତବ୍ୟ ଦେଇଥିବାରୁ ବିଜେପି ନେତା ଦିଲ୍ଲୀପ ଘୋଷଙ୍କୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial