ମଦଭର୍ତ୍ତି ଅଟୋ ଛାଡି ଅଭିଯୁକ୍ତ ଫେରାର : ମଦ ସହିତ ଅଟୋ ଜବତ କଲା ପୁଲିସ

ଘୁ ଉଦୟଗିରି: ଚୋରାରେ ଏକ ବିଦେଶୀ ମଦ ଭର୍ତ୍ତି ଅଟୋ (ଓଡି ୧୨ବି ୬୨୦୧) ସ୍ଥାନୀୟ ପୁଲିସ ଗୋଡେ଼ଇ ଗୋଡେ଼ଇ ଧରିବାରେ ସଫଳ ହୋଇଛି। କିନ୍ତୁ ଅଭିଯୁକ୍ତ ଅଟୋ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଦ ଭର୍ତ୍ତି ଅଟୋ ରାଇକିଆ ଆଡ଼କୁ ଯାଉଥିବା ପୁଲିସ ଖବର ପାଇବା ପରେ ତାଙ୍କ ପିଛା କରିଥିଲା। ପ୍ରଥମେ ଅଟୋ ପାବୁରିଆ ଆଡ଼କୁ ଯାଉଥିବା ବେଳ ପୁଲିସ ତାଙ୍କ ପଛରେ ଲାଗିଛନ୍ତି ବୋଲି ଜାଣିପାରି ତୁରନ୍ତ ସେ ଦିଗ ବଦଳେଇଥିଲେ ଓ ପରେ ରାଇକିଆ ଆଡ଼କୁ ଯିବା ମୁଖ୍ୟରାସ୍ତା ଗୁଡ୍ରିପଡ଼ି ନିକଟରେ ଅଟୋ ଛାଡ଼ି ଡ୍ରାଇଭର ଫେରାର ହୋଇଥିଲେ।

ସୂଚନା ଅନୁସାରେ ରବିବାର ଦିନ ସନ୍ଧ୍ୟା ସମୟରେ ମଦ ଭର୍ତ୍ତି ଅଟୋ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଆଇଆଇସି ଅଜୟ ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ରମେଶ ଚନ୍ଦ୍ର ଦାସ କାନବାଗିରୀ ନିକଟ ଗୁଡ୍ରିପଡ଼ି ଠାରେ ଅଟୋ ଠିଆ ହୋଇଥିବା ଦେଖି ଜବତ କରିଥିଲେ ଓ ଅଟୋ ଠିଆ କରି ସେଠାରୁ ଡ୍ରାଇଭର ଚମ୍ପଟ୍ ମାରିଥିଲା। ପୁଲିସ ଅଟୋକୁ ଜବତ କରି ଥାନାକୁ ଆଣି ଯାଞ୍ଚ କଲା ବେଳେ ଘଟଣା ସ୍ଥଳରୁ ୪୪ ଲିଟର ୮୦୦ ମିଲିଗ୍ରାମ ବିଦେଶୀ ଠିପି ବନ୍ଦ ମଧ୍ୟ ଥିବା ଦେଖିବାକୁ ପାଇଥିଲେ। ବିଅର୍ ୬୦ ଗୋଟି, ବାକାଡ଼ି ଲେମନ୍ ୪ ଗୋଟି ନିପ, ଏକ ନମବାର ଆର୍ ୱିସ୍କି ୪ ଗୋଟି ନିବ, ରମ୍ ୫ଟି ନିବ, ରେଡ ବ୍ଲୁ ୪ଟି ନିବ, ବାକାଡ଼ି ବ୍ଲାକ ରମ ହାଫ୍ ୨ଟି, ଜବତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଗାଡି ଡ଼୍ରାଇଭରଙ୍କୁ ପୁଲିସ ଗିରଫ କରାଯାଇ ନ ଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ବଣ୍ଟି ଦଣ୍ଡିଆ ସୂଚନା ଦେଉଥିବା ବେଳେ ଅଟୋର ନମ୍ବର ଚେକ୍ କରିବା ବେଳେ ତାହା ଗଞ୍ଜାମ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ବାହାରୁଥିବା ସୂଚନା ରହିଛି। ତେବେ ରଞ୍ଜନ ନାୟକ ବୋଲି ଅଟୋ ମାଲିକ ଅନଲାଇନ୍‌ରେ ଦେଖା ଯାଉଥିବା ବେଳେ କିଏ ସେହି ଗାଡି ମାଲିକ୍ ଓ କିଏ ଏହି ମଦ ନେଉଥିଲେ ଓ କୁଆଡେ ନେଉଥିଲେ ? କାହିକି ଏହି ସ୍ଥାନରେ ମଦ ସହିତ ଅଟୋ ଛାଡ଼ିକି ଗଲେ? ଏହି ମଦ ଚୋରା କାରବାର କରାଯାଉଥିବା ବେଳେ ଏହା ଦ୍ଵାରା ଯୁବ ପିଢ଼ି ମଦ୍ୟ ପାନ କରି ଦିଗ ହରା ହେଉଛନ୍ତି। ତେବେ ତଦନ୍ତ କାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଚୋରା ମଦ କାରବାର ତୁରନ୍ତ ରୋକା ଯିବା ନିମନ୍ତେ କାର୍ଯ୍ୟକରାଯିବ ବୋଲି ସୂଚନା ଦେଇଥିଲେ। ସେପଟେ ଥାନା ପକ୍ଷରୁ ୫/୨୪ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।

Share Now:

Kalinga News Beuro

Next Post

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ : ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Wed Jan 17 , 2024
ପୁରୀ: ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସୂର୍ଯ୍ୟପୂଜା, ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ଆଦି କରାଯାଇଛି। ଏହାପରେ ଅପରାହ୍ନ ୧ଟା ୨୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ହୋଇଛି। ଏଣେ ଯଜ୍ଞସ୍ଥଳରେ ପୂର୍ଣ୍ଣାହୁତି ଦେବାକୁ ଗଜପତି ମହାରାଜ ପହଞ୍ଚିଛନ୍ତି। ପରିକ୍ରମା ପ୍ରକଳ୍ପର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial