ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ନକ୍ସଲ ସନ୍ତୋଷର ମୃତ୍ୟୁ

ଏନକାଉଣ୍ଟରରେ ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଆଜି ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ଜଣେ ଦୁର୍ଦାନ୍ତ ନକ୍ସଲର ମୃତ୍ୟୁ ହୋଇଥିବା ଏସପି ଅଭିଷେକ ପଲ୍ଲବ କହିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ଡିଆରଜି ଯବାନ ପୋରଦେମ ଜଂଗଲରେ ଚଢାଉ କରିଥିଲେ। ଏହି ଜଙ୍ଗଲରେ ପୂର୍ବରୁ ନକ୍ସଲ କ୍ୟାମ୍ପ କରି ରହିଥିଲେ। ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଗୁଳିବିନିମୟ ହୋଇଥିଲା। ନକ୍ସଲ ପରେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ମାଓବାଦୀର ମୃତ ଦେହକୁ ଉଦ୍ଧାର କରିବା ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ମୃତ ମାଓବାଦୀ ଜଣକ ମଲଙ୍ଗର ଏରିଆ କମିଟିର ସଦସ୍ୟ ସନ୍ତୋଷ ମାରକାମ ବୋଲି ଜଣାପଡିଛି। ସନ୍ତୋଷ ନାମରେ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସନ୍ତୋଷ ନାମରେ ଅରନପୁର ଥାନାରେ ୨୫ରୁ ଉର୍ଦ୍ଧ୍ବ ମାମଲା ଦର୍ଜ ହୋଇଛି। ତେବେ ଘଟଣାସ୍ଥଳରୁ ପୁଲିସ ଗୋଟିଏ ପିସ୍ତଲ,ବିସ୍ଫୋରକ ସାମଗ୍ରୀ ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଛି। ବର୍ତ୍ତମାନ ମଧ୍ୟ ଜଙ୍ଗଲରେ ଯବାନ ସର୍ଚ୍ଚ ଅପରେସନ ଜୋରଦାର କରୁଥିବା ଏସପି ଶ୍ରୀ ପଲ୍ଲବ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା : ୨ ଅଭିଯୁକ୍ତ ଅଟକ

Sun Jun 27 , 2021
ଜମ୍ମୁ: ରାତି ପ୍ରାୟ ୨ଟା ବେଳେ ଭାରତୀୟ ବାୟୁସେନା ପରିଚାଳିତ ‘ସତୱାରି ବାୟୁସେନା ଷ୍ଟେସନ୍‌’ରେ ଦୁଇଟି ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଘଟଣାରେ ଭାରତୀୟ ବାୟୁସେନାର ଦୁଇଜଣ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ତେବେ ତଦନ୍ତ ପରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ଥିବା ସହ ୨ଜଣ ଅଭିଯୁକ୍ତଙ୍କୁ ସନ୍ଦେହରେ ଅଟକ ରଖାଯାଇଥିବା କହିଛନ୍ତି ଜମ୍ମୁ-କଶ୍ମୀର ପୁଲିସ ମୁଖ୍ୟ ଦୀଲବାଗ ସିଂ। ସେ କହିଛନ୍ତି ଯେ, ବାୟୁସେନା, ନ୍ୟାସନାଲ ବମ୍ବ […]
ବିମାନ ବନ୍ଦରରେ ବିସ୍ଫୋରଣ ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial