ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ

ପ୍ରଯୋଜକଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ

ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି କହୁଥିଲେ। ଏପରିକି ତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲେ ବି କାହାକୁ ବାହାହେଲେ ଜୀବନରୁ ମାରି ଦେବି ବୋଲି ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିବା ପରେ ଓଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଲିଉଡରେ ପୁଣି ଥରେ କାଷ୍ଟିଂ କାଉଚ କଥା ଚର୍ଚ୍ଚାକୁ ଫେରିଛି। ଅନ୍ୟପକ୍ଷରେ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରିବା ପରେ ବ୍ଲାକମେଲିଂ କରାଯାଉଥିବା ଥାନାରେ ଜଣାଇଛନ୍ତି। ଏଥିପାଇଁ ତାଙ୍କ ଠାରୁ ୫କୋଟି ଟଙ୍କା ଦାବି କରାଯାଉଛି ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଉଥିବା ଜଣାଇଛନ୍ତି।

Share Now:

Kalinga News Beuro

Next Post

କଟକରେ ଦଶହରା ପାଇଁ ପ୍ରସ୍ତୁତି ବୈଠକ : ୫୫ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ

Sat Oct 1 , 2022
କଟକ: ଦଶହରା ପାଇଁ କଟକ କମିସନରେଟ ପୁଲିସର ଜବାହାରଲାଲ ଇଣ୍ଡୋର ଷ୍ଟାଡିଅମଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସହରରେ ୩୧ଟି ଏଡପୋଷ୍ଟ, ଭସାଣି ପାଇ ୧୪ଟି ଏଡପୋଷ୍ଟ କରାଯାଇଛି। ୨୦ଟି ପିସିଆର, ୩ଟି ସ୍ପେସିଆଲ ମୋବାଇଲ, ୪୦ଟି ବାଇକ ପିସିଆର, କୁଇକ ରିଆକ୍ସନ ଟିମଙ୍କୁ ମୁତୟନ କରାଯାଇଛି। ଭସାଣିରେ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକାଲ ବାଦ୍ୟ ବଜାଇପାରିବେ। ପରେ ପାରମ୍ପରିକ ବାଦ୍ୟରେ ଭସାଣି ଅନୁଷ୍ଠିତ କରିପାରିବେ ବୋଲି ସୂଚନା ଦେଇଛନ୍ତି […]
୫୫ ପ୍ଳାଟୁନ ପୁଲିସ ଫୋର୍ସ ମୁତୟନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial