ଡୁଙ୍ଗରପୁର ମାମଲାରେ ଆଜମ ଖାଁଙ୍କୁ ୭ ବର୍ଷ ଜେଲ୍

ରାମପୁର: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାଁଙ୍କୁ ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବାକି ଦୋଷୀମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ଡୁଙ୍ଗରପୁର ମାମଲାରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟ ଆଜମ ଖାନଙ୍କୁ ଆଇପିସି ଧାରା ୪୨୭, ୫୦୪, ୫୦୬, ୪୪୭ ଏବଂ ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ଆଜମ ଖାନ, ପୂର୍ବତନ ପୌର ଅଧ୍ୟକ୍ଷ ଆଝାର ଅହମ୍ମଦ ଖାଁ, ଠିକାଦାର ବରକତ ଅଲ୍ଲୀ ଏବଂ ଅବସରପ୍ରାପ୍ତ ସିଓ ଆଲେ ହାସନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ୪ ଜଣଙ୍କୁ ଆଜି ଦଣ୍ଡ ମିଳିଛି। ଆଜମ ଖାଁ ସୀତାପୁର ଜେଲରୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିଲେ।
ଡଙ୍ଗରପୁର ମାମଲା କଣ ?
ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଶାସନ କାଳରେ ଡୁଙ୍ଗରପୁରରେ ଆସରା ଆବାସ ନିର୍ମାଣ କରାଯାଇଥିଲା। ଏହି ସ୍ଥାନରେ ପୂର୍ବରୁ କିଛି ଲୋକଙ୍କ ଘର ନିର୍ମାଣ ହୋଇସାରିଥିଲା। ୨୦୧୬ ମସିହାରେ ଏହା ସରକାରୀ ଜମିରେ ବୋଲି କହି ଏହାକୁ ଭାଙ୍ଗି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୀଡ଼ିତାମାନେ ଲୁଟ ଅଭିଯୋଗ ମଧ୍ୟ କରିଥିଲେ। ୨୦୧୯ରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ରାମପୁରର ଗଞ୍ଜ ଥାନାରେ ଏହି ମାମଲାରେ ପ୍ରାୟ ଏକ ଡଜନ ଭିନ୍ନ ଭିନ୍ନ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ ସମାଜବାଦୀ ପାର୍ଟି ସରକାରରେ ଆଜମ ଖାଁଙ୍କ ନିର୍ଦ୍ଦେଶରେ ପୋଲିସ ସେମାନଙ୍କ ଘରକୁ ବଳପୂର୍ବକ ଉଚ୍ଛେଦ କରି ଆଶ୍ରୟଗୃହ ନିର୍ମାଣ କରିଛି। ପୂର୍ବରୁ ନିର୍ମିତ ଘରଗୁଡ଼ିକୁ ମଧ୍ୟ ବୁଲଡୋଜ୍ କରି ଭାଙ୍ଗି ଦିଆଯାଇଥିଲା।

Share Now:

Kalinga News Beuro

Next Post

ଦୟା ୱେଷ୍ଟ ଚିନ୍ତା ଘାରିଛି : ସଫା କରୁନି ଜଳସମ୍ପଦ ବିଭାଗ

Mon Mar 18 , 2024
ଶୀତଳଭଣ୍ଡାରରେ ୬ ଥାକିଆ ରାସ୍ତା, ନୌବିହାର ସ୍ୱପ୍ନ ଭୁବନେଶ୍ୱର: ଦୟାୱେଷ୍ଟ୍‌ କେନାଲର ପୁନରୁଦ୍ଧାର ପାଇଁ ବାରମ୍ବାର ଯୋଜନା ହୋଇଛି। କେତେବେଳେ ଏହାକୁ ସଫା କରି ନୌବିହାର ବ୍ୟବସ୍ଥା କରିବା ଯୋଜନା ହେଉଥିବା ବେଳେ ଏହାର ଉଭୟ ପାର୍ଶ୍ଵ ରାସ୍ତା ପ୍ରଶସ୍ତ ଯୋଜନା ହେଉଛି। ହେଲେ ଏ ସବୁ ସ୍ୱପ୍ନ ହୋଇ ରହିଛି। ଏଥିରେ ଲଗାତାର ଆବର୍ଜନା ଗଦା ହେଉଥିବାରୁ ପାଣି ବିଷାକ୍ତ ହୋଇଗଲାଣି। ଫଳରେ ଭୂତଳ ଜଳ ଏହା ଦ୍ୱାରା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial