ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ଘଟଣା ଅଡ଼ୁଆ ସୂତା ମଧ୍ୟକୁ ଚାଲିଯାଇଛି। ଦୀର୍ଘ ୧୫ ଦିନ ପରେ ମଧ୍ୟ ମୃତ୍ୟୁ ଘଟଣାର ରହସ୍ୟ ଫିଟୁ ନାହି। ଆଜି ଶୁଭଶ୍ରୀଙ୍କ ପରିବାର ମୃତ୍ୟୁର କାରଣ ନେଇ ଜାଣିବାକୁ ଯୋଡ଼ା ଥାନା ଆସିଥିଲେ। ସେ ସମୟରେ ଶୁଭଶ୍ରୀଙ୍କ ବାପା ମନରୋଞ୍ଜନ କର ଅତି ଚାଞ୍ଚଲ୍ୟକର ବୟାନ ଦେଇଥିବାରୁ ଶୁଭଶ୍ରୀଙ୍କ ମୃତ୍ୟୁ ଘଟଣା ଆହୁରି ରହସ୍ୟ ଭିତରକୁ ଠେଲି ହୋଇ ଯାଇଛି। ଶୁଭଶ୍ରୀଙ୍କ ବାପା ଶ୍ରୀକର ଗଣମାଧ୍ୟମକୁ କହିଛନ୍ତି ଯେ, କଣ ପାଇଁ ତାଙ୍କର ମୃତ୍ୟୁ ହେଲା ସେ ଜାଣି ପାରୁନାହାନ୍ତି। ଶୁଭଶ୍ରୀର ମାନସିକ ଅତି ମଜବୁତ। ସେ ଆତ୍ମାହତ୍ୟା କରିଥିବାର କଥା ଆଦୌ ବିଶ୍ୱାସ କରି ପାରୁନାହାନ୍ତି। ତାଙ୍କ ଝିଅ ଶୁଭଶ୍ରୀଙ୍କ ବି ବିଷଜନିତ ମୃତ୍ୟୁ ହୋଇଥିବା ନେଇ ଶୁଣିବାକୁ ପାଇଛନ୍ତି। ହେଲେ ଭୁବନେଶ୍ୱରରୁ ରିପୋର୍ଟ ଆସି ନ ଥିବାରୁ ପୁଲିସ ଏ ନେଇ ସ୍ପଷ୍ଟ କରି ନାହିଁ। ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ଜଣାପଡ଼ିବ ଏବଂ ତଦନୁଯାୟୀ ସେ ପୁଲିସରେ ଏତଲା ଦେବେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହ ତାଙ୍କ ଝିଅ ଶୁଭଶ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଜାଣିଥିଲେ। ଗତ ଡିସେମ୍ବର ୨୦ରେ ଶୁଭଶ୍ରୀ ଥାନାରେ କରିଥିବା ଅଭିଯୋଗ ସମ୍ପର୍କରେ ମଧ୍ୟ ସେ ଅବଗତ ଥିଲେ ଏବଂ ସେ ୨୧ ତାରିଖରେ ଆସିଥିଲେ। ଦୁହିଁ ଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିବା କଥା ପ୍ରକାଶ କରିବା ସହିତ ପରସ୍ପର ଆଉ ସମ୍ପର୍କ ନ ରଖିବା ପାଇଁ ଉକ୍ତ ଚୁକ୍ତିପତ୍ରରେ ସ୍ବାକ୍ଷର ହୋଇଥିବା କହିଥିଲେ। ସେ ଯୋଡ଼ାରେ ଥିବା ଶୁଭଶ୍ରୀଙ୍କ ଜିନିଷପତ୍ର ନେବା ସହିତ ଘର ମାଲିକଙ୍କୁ ଘର ହ୍ୟାଣ୍ଡଓଭର କରିବା ପାଇଁ ଆସିଥିବା ପ୍ରକାଶ କରିଥିଲେ।
ପ୍ରକାଶଯୋଗ୍ୟ, ଶୁଭଶ୍ରୀ କର ଯୋଡା ଖଣି ମଣ୍ଡଳର ନୂଆଗାଁ ଖଣିର ଡ଼ାକ୍ତରଖାନାର ଡାକ୍ତର ଦିବ୍ୟରଞ୍ଜନ ମାଝୀଙ୍କ ସହିତ ତାଙ୍କର ସଂପର୍କ ରହିଥିଲା।ଦିବ୍ୟରଞ୍ଜନ୍ ବିବାହର ପ୍ରତିଶ୍ରୁତି ଦେଇ ଶୁଭଶ୍ରୀଙ୍କ ସହିତ ଦୁଇ ଥର ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଥିଲା। ଦିବ୍ୟରଞ୍ଜନ ବିବାହ କରିବାକୁ ମନା କରିବା ପରେ ନେଇ ଗତ ଗତ ମାସ ୨୦ ତାରିଖରେ ଶୁଭଶ୍ରୀ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମରେ ବିଚ୍ଛେଦ ହୋଇଥିଲା।
ପୁରୁଷ ବନ୍ଧୁକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କଲେ ଡାକ୍ତରାଣୀ ଶୁଭଶ୍ରୀଙ୍କ ବାପା

Share Now: