ଗୋଆ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ : ଟିଭି ଅଭିନେତ୍ରୀଙ୍କ ସମେତ ୩ ମହିଳା ଉଦ୍ଧାର,୧ ଗିରଫ

ଗୋଆ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ

ପାନାଜୀ: ଗୋଆର ପାନାଜୀ ନିକଟସ୍ଥ ସାନଗୋଲ୍‌ଡା ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ ତଥା ବେଶ୍ୟା ଆଡ୍ଡା ଉପରେ ଗୋଆ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଶୁକ୍ରବାର ଚଢ଼ାଉ କରି ଏହାର ପର୍ଦ୍ଦାଫାଶ କରିଛି। ଏହି ଚଢ଼ାଉ କାଳରେ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ଏହି ରାକେଟକୁ ଚଳାଇଥିବା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ, ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଏହି ଚଢ଼ାଉ କାଳରେ କ୍ରାଇମ୍‌ ବ୍ରାଞ୍ଚ ପୁଲିସ୍‌ ବେଶ୍ୟା ଆଡ୍ଡାରୁ ଜଣେ ଟେଲିଭିଜନ ଅଭିନେତ୍ରୀଙ୍କ ସମେତ ତିନି ଜଣ ମହିଳାଙ୍କୁ ଉଦ୍ଧାର କରିଛି। ଗୋଆ, କ୍ରାଇମ୍‌ ବ୍ରାଞ୍ଚ ଦ୍ୱାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଟିଭି ଅଭିନେତ୍ରୀଙ୍କ ସମେତ ଉଦ୍ଧାର ହୋଇଥିବା ଅନ୍ୟ ଦୁଇ ଜଣ ମହିଳା ମୁମ୍ବାଇ ନିକଟସ୍ଥ ଭିରାରରୁ ଗୋଆ ଆସିଥିବାବେଳେ ତୃତୀୟ ଜଣକ ହାଇଦ୍ରାବାଦରୁ ଆସିଥିଲେ। ପୁଲିସ କହିଛି ଯେ କ୍ରାଇମ ବ୍ରାଞ୍ଚ ଦ୍ୱାରା ସୂଚନା ମିଳିଥିଲା ଯେ ହାଫିଜ ସୟଦ ବିଲାଲ ନାମକ ଜଣେ ବ୍ୟକ୍ତି ଏକ ସେକ୍ସ ରାକେଟର କାର୍ଯ୍ୟକଳାପରେ ଜଡିତ ଥିଲା। ଏବଂ ସେହି ଅନୁଯାୟୀ ସନ୍ଦିଗ୍ଧ ହାଫିଜ୍‌କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ପୁଲିସ୍‌ ପକ୍ଷରୁ ଏକ ଜାଲ ବିଛା ଯାଇଥିଲା।
ସମସ୍ତ ସୂଚନାକୁ ଯାଞ୍ଚ କରିବା ପରେ କ୍ରାଇମ ବ୍ରାଞ୍ଚ ଏହି ଜାଲ ବିଛାଇଥିଲା ଯେଉଁଥିରେ ହାଇଦ୍ରାବାଦରୁ ଆସିଥିବା ଅଭିଯୁକ୍ତ ସାନଗୋଲ୍‌ଡା ଅଞ୍ଚଳର ଏକ ହୋଟେଲ ନିକଟରେ ୫୦,୦୦୦ ଟଙ୍କା ଦେୟ ନେଇ ବେଶ୍ୟାବୃତ୍ତି ପାଇଁ ମହିଳା ଯୋଗାଇବେ ବୋଲି କହିଥିଲେ। କ୍ରାଇମ ବ୍ରାଞ୍ଚ କହିଛି ଯେ ୨୬ ବର୍ଷୀୟ ଏହି ଅଭିଯୁକ୍ତ ମାର୍ଚ୍ଚ ୧୭ରେ ୩୦ ରୁ ୩୭ ବର୍ଷ ବୟସ୍କ ତିନି ମହିଳାଙ୍କ ସହ ଗୋଆରେ ଆସି ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା ଏବଂ ମହିଳାମାନଙ୍କୁ ଉଦ୍ଧାର କରା ଯାଇଥିଲା।

Share Now:

Kalinga News Beuro

Next Post

ନିଆଳିରେ କାଠଚକ୍ରୀ ବାଣ ଫାଟି ଯୁବକ ମୃତ

Sat Mar 19 , 2022
ନିଆଳି(ଓଡ଼ିଶା ଭାସ୍କର): ଦୋଳ ଝୁଲଣ ବେଳେ କାଠଚକ୍ରୀ ବାଣ ଫାଟିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ବ୍ଲକ ନରିଶୋ ଗାଁରେ ଏହି ଅଘଟଣ ଘଟିଯାଇଛି। ସୂଚନା ଅନୁସାରେ, ଦୋଳ ଝୁଲଣ ଚାଲିଥିବା ଫାଟିଯାଇଥିଲା କାଠଚକ୍ରୀ ବାଣ। ମୃତ ଯୁବକ ଯୁବକ ଜଣକ ନରିଶୋ ଗାଁର ଶ୍ରୁତି ଷଡ଼ଙ୍ଗୀ ହୋଇଥିବା ଜଣାପଡିଛି। ତେବେ ରାଜ୍ୟରେ ଆଜି ହୋଲି ଉତ୍ସବ ଜୋରସୋରରେ ପାଳନ ହେଉଛି। ପରସ୍ପରକୁ ରଙ୍ଗ ବୋଳି […]
କାଠଚକ୍ରୀ ବାଣ ଫାଟି ଯୁବକ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial