ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ସାଜିଲା ଚୋର

ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ହେଲା ଚୋର

ଥାଣେ: ରୋଗୀଣା ବାପାର ଚିକିତ୍ସା ପାଇଁ ପୁଅ ହେଲା ଚୋର। ମହାରାଷ୍ଟ୍ରର ଥାଣେରେ ଘଟିଛି ଏଭଳି ଘଟଣା। ଥାଣେ ପୁଲିସ ଏବେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଚୋରି ପଛର କାରଣ ସାମ୍ନାକୁ ଆସିଛି। ଅଭିଯୁକ୍ତଜଣକ ଡୋମ୍ବିବିଲିର ବିଷ୍ଣୁ ନଗରର ବାସିନ୍ଦା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ସପ୍ତାହରେ ଜଣେ ବ୍ୟକ୍ତି ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ନେଇ ପୁଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ। ଗହଣାର ମୂଲ୍ୟ ୯୨ଲକ୍ଷ ହେବ ବୋଲି ଅଭିଯୋଗକାରୀ ପୁଲିସକୁ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଚୋରି ହୋଇଥିବା ଘର ଆଗରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯିବା ପରେ ଚୋରକୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ। ଗିରଫ ପରେ ଅଭିଯୁକ୍ତର ନାଁ ବୈଭବ ମୁରବଦେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ଚୋରି କରିବା ପଛର କାରଣ ପଚରାଯିବା ପରେ ବୈଭବ ପୁଲିସକୁ କହିଥିଲା ଯେ, ବାପାଙ୍କ ଦେହ ବହୁତ ଖରାପ। ତାଙ୍କ ଚିକିତ୍ସାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ମୋ ପାଖରେ ଯାହା ଥିଲା ସବୁ ଖର୍ଚ୍ଚ ହୋଇଗଲାଣି। ଏବେ ମୋ‌ ବାପାଙ୍କୁ ବଞ୍ଚାଇ ରଖିବା ପାଇଁ ମୋତେ ଚୋରି କରିବାକୁ ପଡ଼ୁଛି। ମୁଁ ବାଧ୍ୟ ହେଉଛି ଚୋରୀ କରିବା ପାଇଁ। ତେବେ ଏହାପୂର୍ବରୁ ଔରଙ୍ଗାବାଦରୁ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ଚୋରମାନେ ମନ୍ଦିରରେ ଚୋରି କରିବା ପୂର୍ବରୁ ଭଗବାନଙ୍କୁ ପୂଜା କରିଥିଲେ ଏବଂ ପରେ ମନ୍ଦିରରୁ ଚୋରି କରିଥିଲେ।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ମାମଲା ନେଇ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

Wed Mar 1 , 2023
ଭୁବନେଶ୍ୱର: ଡିଜିଙ୍କ କ୍ୟାମ୍ପ ଅଫିସରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଡିଜିଙ୍କ ଅଧ୍ୟକ୍ଷତାରେ ହେଉଥିବା ଏହି ବୈଠକରେ ଆଇନଶୃଙ୍ଖଳା ଏଡିଜି ଆର.କେ ଶର୍ମା, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଂଜୀବ ପଣ୍ଡା ଉପସ୍ଥିତ ରହିଛନ୍ତି। ତେବେ ଏହି ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ମଧ୍ୟ ଉପସ୍ଥିତ ରହିଛନ୍ତି। ଗତକାଲି ବିଜେପିର ଲଙ୍କାକାଣ୍ଡ ପ୍ରସଙ୍ଗରେ ବୈଠକ ଚାଲିଛି। ନବ ଦାସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ ଏଥିରେ ଆଲୋଚନା ହେଉଛି। […]
ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial