ନୂଆଦିଲ୍ଲୀ : ଅକ୍ଟୋବର ୨ ତାରିଖରେ ମୁମ୍ୱାଇର କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ପାଇଁ ଅଡୁଆ କମିବାର ନାଁ ଧରୁନି। ଆର୍ୟନ୍ଙ୍କ ଜାମିନ୍ ନେଇ ଆଗାମୀ ଶୁଣାଣି ହେବ ଅକ୍ଟୋବର ୨୦ ତାରିଖରେ। ଏହା ଭିତରେ ଆର୍ୟନ୍ ଖାନଙ୍କୁ ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି। ସେପଟେ ମାମଲାରେ ଏନସିବି ଆଣିଛି ନୂଆ ଖିଅ। ଆର୍ୟନ୍ଙ୍କ ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍ ଆଶଙ୍କା କରୁଛି ଏନସିବି। ଏହାକୁ ନେଇ ଏନସିବି ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି। ଆର୍ୟନ୍ଙ୍କ ମୋବାଇଲରୁ ମିଳିଥିବା ଡ୍ରଗ୍ସ ଚାର୍ଟରୁ ଅନ୍ତର୍ଜାତୀୟ ଲିଙ୍କ୍ ପାଇବା ଆଶଙ୍କା କରୁଛି ଏନସିବି। ତେବେ ଏହି ମୋବାଇଲ ଚାଟରେ ବୈଦେଶିକ ଲିଙ୍କ ଅଛି କି ନାହିଁ ତାର ଖୋଳତାଡ଼ ପାଇଁ ଏବେ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି। ଗତ ଅକ୍ଟୋବର ୨ ତାରିଖରେ ମୁମ୍ୱାଇ ସମୁଦ୍ର ମଧ୍ୟରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ସମୟରେ ଚଢଉ କରିଥିଲା ଏନସିବି। ଘଟଣାରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍ ଖାନଙ୍କ ସହିତ ପ୍ରାୟ ୨୦ ଜଣ ଗିରଫ ହେଲେଣି। ଏହି ମାମଲାରେ ତଦନ୍ତ ବେଳେ ଏନସିବିକୁ ଆର୍ୟନ୍ ଖାନଙ୍କ ମୋବାଇଲ ଫୋନରୁ ବହୁ ଚାଟ୍ ମିଳିଥିଲା। ଏଥିରେ ଡ୍ରଗ୍ସ ଚାଟ୍ ରହିଥିବା ଏବଂ ବିଦେଶୀ ନାଗରିକଙ୍କ ଏହି ଚାଟ୍ ଥିବା କଥା ମଧ୍ୟ ଏନସିବି କହିଥିଲା। ଏହାକୁ ନେଇ ଅଧିକ ତଦନ୍ତ କରିବାକୁ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଛି ଏନସିବି। ଏହି ଘଟଣାରେ ଆର୍ୟନ୍ ଖାନଙ୍କ ସହିତ ଚାଟରେ ସଂପୃକ୍ତ ବ୍ୟକ୍ତିଙ୍କ ସହିତ ଡ୍ରଗ୍ସ କାରବାର ନେଇ ପୁରା ଖୋଳତାଡ କରିବାକୁ ଚାହୁଁଛି ଏନସିବି । ସେଥିପାଇଁ ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡିଛି ଏନସିବି। ଫଳରେ ଦେଶ ବାହାରେ ଏହି ଡ୍ରଗ୍ସ କାଣ୍ଡର ଚେରର ଖୋଳତାଡ କରିପାରିବ ଏନସିବି। ସେପଟେ ଆର୍ୟନ୍ ଖାନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ୨୦ ତାରିଖ ଯାଏଁ ଟଳିବା ପରେ ଆର୍ୟନ୍ ଖାନଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ପଠାଇ ଦିଆଯାଇଛି। ଆର୍ୟନ୍ ଖାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଆସନ୍ତା ୨୦ ତାରିଖ ଯାଏଁ ରହିବେ। ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ୱାନଖେଡେଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କ ଗତିବିଧି ଉପରେ ମୁମ୍ୱାଇ ପୁଲିସର କିଛି କର୍ମଚାରୀ ନଜର ରଖୁଥିବା ନେଇ ଅଭିଯୋଗ ଆଣିିଥଲେ ସମୀର। ଏହାକୁ ଆଧାର କରି ତାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।
ଆର୍ୟନ୍ ଖାନ ଗିରଫ ଘଟଣା : ବୈଦେଶିକ ମନ୍ତ୍ରାଳୟର ସହାୟତା ଲୋଡ଼ିଲା ଏନସିବି

Share Now: