ନାବାଳିକା ସହିତ ଦୁଷ୍କର୍ମକରି ଯୁବକ ଗିରଫ

ମାଆ ସାଜିଲା ପିଶାଚୀନି

ଜଗତପୁର: ନାବାଳିକାର ଅନିଚ୍ଛା ସତ୍ୱେ ତା ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ, ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ଥାନା ପୁଲିସ ବିଭିନ୍ନ ଦଫା ସହିତ ପୋକ୍ସ ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛିl ଅଭିଯୁକ୍ତ ଯୁବକ ଜଗତପୁର ଥାନା ନିମପୁର ବିଜୁବାବୁ କଲୋନୀର ବିକାଶ ନାଏକ। ପ୍ରାପ୍ତ ସୂଚନା ମୁତାବକ ଅଭିଯୁକ୍ତ ବିକାଶ ସେହି ସ୍ଥାନରେ ଜାନୁଆରୀ ୩୧ ତାରିଖରେ ତିଗିରିଆ ଅଞ୍ଚଳର ଜଣେ ନାବାଳିକା ସହିତ ବେଆଇନ ବିବାହ କରୁଥିବା ଖବର ପାଇ ଚାଇଲଡ ହେଲ୍ପ ଲାଇନ ପକ୍ଷରୁ ତାକୁ ଉଦ୍ଧାର କରାଯାଇ ପୁଲିସ ସହଯୋଗରେ ବସୁନ୍ଧରାରେ ଆଶ୍ରୟ ଦେଇଥିଲେl କିଛି ଦିନ ପରେ ଅର୍ଥାତ ଫେବ୍ରୁଆରି ୮ ତାରିଖରେ ନାବାଳିକାର ଅଭିଭାବକ ନୋଟାରୀଙ୍କ ନିକଟରେ ସତ୍ୟପାଠ ଜରିଆରେ ତାକୁ ନିଜ ଘରକୁ ନେଇଥିଲେl ତା ପରଦିନ ହଳଦିଆ ସ୍ଥିତ ମାମୁଁ ଘରକୁ ଯିବା ବାଟରେ ଅଭିଯୁକ୍ତ ବିକାଶ ତା ପରିବାର ସଦସ୍ୟ ମାନଙ୍କ ସହିତ ମିଶି ନାବାଳିକାକୁ ଅପହରଣ କରି ଘଟଗାଁ ତାରିଣୀ ପୀଠକୁ ନେଇଯାଇଥିଲେ। ସେଠାରେ ବିବାହ କରାଇ ନିମପୁର ବିଜୁବାବୁ କଲୋନୀରେ ଥିବା ବାସଗୃହକୁ ଆଣିଥିଲେl ସେଠାରେ ବିକାଶ ନାବାଳିକାର ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିବାରୁ ନାବାଳିକା ପ୍ରତିବାଦ କରିଥିଲାl ଏଥିରେ ଅଭିଯୁକ୍ତ ବିକାଶ ଉତ୍ତ୍ୟକ୍ତ ହୋଇ ତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା। ନିର୍ଯାତନା ସହି ନପାରି ସେହି ରାତିରେ ନାବାଳିକା ଖସି ଆସି କଟକ ବଡମେଡିକାଲ ପାଖ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲା। ପରଦିନ କଟକ ବିଡାନାସୀ ସ୍ଥିତ ଚାଇଲଡ ହେଲ୍ପ ଲାଇନ ଅଫିସରେ ଆତ୍ମ ସୁରକ୍ଷା ପାଇଁ ଆପତ୍ତି କରିଥିଲା। ନାବାଳିକାର ଆପତ୍ତି କ୍ରମେ ଚାଇଲଡ ହେଲ୍ପ ଲାଇନର ସଂଯୋଜକ ସରୋଜ ପଟ୍ଟନାୟକ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଜଗତପୁର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।

Share Now:

Kalinga News Beuro

Next Post

ଲାଲୁଙ୍କ ନିଷ୍ପତ୍ତି ପରେ ମମତାଙ୍କୁ ଭେଟିଲେ ତେଜସ୍ବୀ

Tue Mar 2 , 2021
ପାଟନା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ମଇଦାନକୁ ଓହ୍ଲାଇବ। ଏହି ନିର୍ବାଚନୀ ରଣାଙ୍ଗନରେ ନିଜର ସାଥୀ ବି ସ୍ଥିର କରି ସାରିଛି ଦଳ। ବଙ୍ଗଳାରେ ଆର୍‌ଜେଡି ତୃଣମୂଳ କଂଗ୍ରେସକୁ ସମର୍ଥନ କରିବ। ଆଜି ପଶ୍ଚିମବଙ୍ଗର ନବାନ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ତେଜସ୍ବୀ ଯାଦବ ସାକ୍ଷାତ କରିଛନ୍ତି। ସାକ୍ଷାତ ପରେ ତେଜସ୍ବୀ ସ୍ପଷ୍ଟ କରିଛନ୍ତି, ଯେଉଁଠି ଦରକାର ପଡ଼ିବ ଆମେ ମମତାଙ୍କ ସହ […]
ମମତାଙ୍କୁ ଭେଟିଲେ ତେଜସ୍ବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial