ଗାଧୋଇବା ବେଳେ ନଦୀ ପାଣିରେ ବୁଡ଼ି ଦୁଇଭାଇ ମୃତ

ପାଣିରେ ବୁଡ଼ି ଦୁଇଭାଇ ମୃତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଗଣ୍ଡର୍ଦ୍ଦା ପଞ୍ଚାୟତ ପତୁକାଶାସନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଦୁଇଭାଇ ବୁଢ଼ାବଳଙ୍ଗ ନଦୀକୁ ଗାଧେଇବାକୁ ଯାଇଥିବା ବେଳେ ଗଣ୍ଡରେ ବୁଡ଼ିଯିବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଗ୍ରାମବାସୀ ପ୍ରଥମେ ଜଣଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଆଉ ଜଣେ ଭାଇକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ମିଳିଥିବା ସୂଚନା ଅନୁସାରେ, ମୃତକ ଦୁଇଜଣ ହେଲେ ତୁଷାର ପଣ୍ଡା(୧୦) ଓ ତାଙ୍କ ପିଉସୀ ପୁଅ ବିକାଶ ପଣ୍ଡା।

Share Now:

Kalinga News Beuro

Next Post

ଚର୍ଚ୍ଚାରେ ୩ଫୁଟ ଉଚ୍ଚତାର ପ୍ରାର୍ଥୀ : ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

Wed Apr 19 , 2023
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୋରଦାବାଦଠାରେ ହେବାକୁ ଥିବା ମ୍ୟୁନିସିପାଲଟି ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି କ୍ରମରେ ମୋରଦାବାଦଠାରେ ୩ଫୁଟ ୮ଇଞ୍ଚ ଉଚ୍ଚତା ଥିବା ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରାର୍ଥୀଙ୍କ ନାମ ପ୍ରବେଶ ଚାୱଲା ରହିଥିବା ଜଣାପଡ଼ିଛି। ଯିଏକି ୱାର୍ଡ ନମ୍ବର ୨୧ର ଆଦର୍ଶ ନଗର ପଞ୍ଜାବୀ କଲୋନିରୁ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ […]
ଚର୍ଚ୍ଚାରେ ୩ଫୁଟ ଉଚ୍ଚତାର ପ୍ରାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial